ଚକଲେଟ୍ ର ଯାଦୁଗର
ଏଇ ଦୁନିଆରେ ପ୍ରତିଭାର କିଛି ଅଭାବ ନାହିଁ ।ଜଣେ ଜଣେ ବ୍ୟକ୍ତି ଏଭଳି ପ୍ରତିଭା ଶାଳୀ ହୋଇଥାନ୍ତି ଲାଗେ ଯେପରି ତାଙ୍କ ପରି ଆଉ ଦୁନିଆରେ ଦ୍ୱିତୀୟ କେହି ନଥିବେ ।
ସେମିତି ଜଣେ ପ୍ରତିଭା ହେଉଛନ୍ତି ଆମୈରି ଗୁଇଚୋନ୍ । ପେସାରେ ସେ ଜଣେ ସେଫ୍ ।
Photo by Jason Leung on Unsplash
ସେ ଚକଲେଟ୍ ରେ ଏମିତିସବୁ ବିଚିତ୍ର ଓ ମାନମୋହକ ଜିନିଷ ତିଆରି କରୁଥିଲେ ଦେଖିଲେ ଲାଗେ କୌଣସି ପ୍ରକାର ଧାତୁରେ ଏହା ତିଆରି ହୋଇଛି ।
ଏହା ଭିତରୁ ତାଙ୍କ ଦ୍ବାରା ନିର୍ମିତ ଏକ ୫ଫୁଟ ଉଚ୍ଚତା ବିଶିଷ୍ଟ ଟେଲିସ୍କୋପ ହେଉଛି ଏହାର ବଡ ଉଦାହରଣ ।
ଏହାକୁ ଦେଖିଲେ ଜେକେହି ଭାବିବ ଏହା ଧାତୁରେ ତିଆରି ସତ ସତିକା ଟେଲିସ୍କୋପ ।କିନ୍ତୁ ବାସ୍ତବରେ ତାହା ସତ ନୁହେଁ ,ଉକ୍ତ ଟେଲିସ୍କୋପ ଟିର ପ୍ରତ୍ୟକଟି ଅଂଶ ଚକଲେଟ୍ ରେ ତିଆରି ହୋଇଛି ।
ଆଉ ସମସ୍ତଙ୍କର ପ୍ରିୟ ଚକଲେଟରେ ସେ ଏହାକୁ ତିଆରି କରିଛନ୍ତି ।ଖାଲି ଏତିକି ନୁହଁ ସେ ଅଣ୍ଡା, କିଙ୍ଗ କୋବ୍ରା ,କିଙ୍ଗ କଙ୍ଗଠୁ ଆରମ୍ଭ କରି ଗ୍ରାମଫୋନ, ଟେଲିଫୋନ, ଗୋରିଲା ଆଦି ଅନେକକୁ ସେ ଚକଲେଟ୍ ରେ ତିଆରି କରିଛନ୍ତି ।
ଆଉ ସେଗୁଡିକ ଏତେ ବାସ୍ତବ ଲାଗେ ଯେ ,ବିଶ୍ଵସ କରିହୁଏନି ତାହା ଚକଲେଟରେ ତିଆରି ବୋଲି ।
ଆଶା କରୁଛୁ ଆପଣଙ୍କୁ ଆମର ପୋଷ୍ଟ୍ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ
0 Comments