ନୂଆ ଦିଲ୍ଲୀରେ ଚାଲିଲା ନୂଆ ଏକ ଟ୍ରେନ୍ କ୍ଲୋନ୍ ଟ୍ରେନ୍ । ରୁଟ  ରେ ଅଧିକ ଭିଡ ରହିଥିବା ଯୋଗୁଁ ୪୦ଟି କ୍ଲୋନ୍ ଟ୍ରେନ୍  ଚଳାଇବା ପାଇଁ ନିଷ୍ପତ୍ତି ନେଲେ ଭାରତୀୟ ରେଳ ବାହି ।

ସେପ୍ଟେମ୍ବର ମାସ ୨୧ରୁ ଚାଲିବା ଆରମ୍ବ ହେଲା କ୍ଲୋନ୍ ଟ୍ରେନ୍ ଓ ଏଥିପାଇଁ ବୁକିଂ ୧୯ ତାରିଖରୁ ଆରମ୍ଭ ହୋଇଯାଇଛି ।ଏହି ଟ୍ରେନରେ ଯାତ୍ରା କରିବାକୁ ହେଲେ ଆଗରୁ ଟିକେଟ ରଖିବାକୁ ପଡିଥାଏ ଠିକ ଅନ୍ୟ ସାଧାରଣ ଟ୍ରେନ୍ ଭଳି ।

କ୍ଲୋନ୍ ଟ୍ରେନ୍  ସର୍ବାଧିକ ବିହାରକୁ ଯାତ୍ରା କରିବ ବୋଲି ଜଣାପଡିଛି ।ବର୍ତ୍ତମାନ ସମୟରେ ଚାଲୁଥିବା କୋଭିଡ ୧୯ ଓ ଶ୍ରମିକ ସ୍ପେସିଆଲ ଟ୍ରେନ୍ ଠାରୁ ଟିକେ ଭିନ୍ନ ରହିଛି ।

ରେଳ ବାହି ଯେଉଁ ୪୦ଟି ଟ୍ରେନ୍ ଚଳାଇବା ପାଇଁ ନିଷ୍ପତ୍ତି ନେଇଛି ସେଥି ମଧ୍ୟରୁ ୩୮ଟି ଟ୍ରେନ୍ ରେ ହମସଫର ଟ୍ରେନର କୋଚ ରହିବ । ଏହି ଟ୍ରେନ୍ ଗୁଡିକର ଟିକେଟର ଦାମ ହମସଫର ଟ୍ରେନ୍ ଟିକେଟ ଦାମ ଭଳି ରହିବ ।

କ୍ଲୋନ୍ ଟ୍ରେନ୍ ର ଉପକାରିତ - ଏହି ଟ୍ରେନର ବ୍ୟବସ୍ଥା ୱେଟିଂ ଲିଷ୍ଟ୍ ରେଥିବା ଯାତ୍ରୀଙ୍କ ପାଇଁ କରାଯାଇଛି ।ଯେଉଁ ଯାତ୍ରୀମାନଙ୍କର ଟ୍ରେନ୍ ଟିକେଟ କନ୍ଫର୍ମ ନାହିଁ ସେହି ଯାତ୍ରିମାନଙ୍କ ପାଇଁ ଏହି ଟ୍ରେନର ସୁବିଧା ରହିଛି  ଯାହାଫଳରେ ସେ ନିଜର ଗନ୍ତବ୍ୟ ସ୍ଥଳରେ ସୁବିଧାରେ ପହଞ୍ଚି ପାରିବେ ।

ଯଦିଓ ଯେଉଁ ଟ୍ରେନ୍ ପାଇଁ ଯାତ୍ରୀମାନେ ଟିକେଟ କାଟିଥିବେ ଓ ତାହା କନ୍ଫର୍ମ ନଥିବ ତେବେ ସେହି ଯାତ୍ରୀଙ୍କ ପାଇଁ ସମାନ ନମ୍ବର ଥିବା ଆଉ ଏକ ଟ୍ରେନ୍ ସେହି ରୁଟରେ ଚାଲିବ ଓ ଏହି ଟ୍ରେନ୍ ର ଟାଇମ ମୁଖ୍ୟ ଟ୍ରେନ୍ ଟାଇମର ୧ଘଣ୍ଟିକା ପରେ ଚାଲିବ ।

ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦ଟି ଓ ପରବର୍ତ୍ତୀ ସମୟରେ ଆଉ ୨୦ଟି ଟ୍ରେନ୍ ଚାଲିବାର ଯୋଜନା ରେଳ ବାହି ରଖିଛି ।

ଏହି ଟ୍ରେନ୍ ଯେଉଁ ସବୁ ରୁଟ ରେ ୱେଟିଂ ଲିଷ୍ଟ ଯାତ୍ରୀଙ୍କ ସଂଖ୍ୟା ଅଧିକ ଥିବ ସେହି ସବୁ ରୁଟରେ ଏହି ଟ୍ରେନ୍ ଚାଲିବ ।

ଏହି ଟ୍ରେନ୍ ଚଳାଇବା ଲାଗି ପ୍ରଥମେ ପୂର୍ବତନ ରେଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କ ସମୟରେ ଏହି ଟ୍ରେନର କଂସେପ୍ଟ ବନାଯାଇଥିଲା ।କିନ୍ତୁ କାର୍ଯ୍ୟ କରି ହୋଇନଥିଲା ।ସେଥିପାଇଁ ବର୍ତ୍ତମାନ କରୋନା ମହାମାରୀ ପାଇଁ ଏହି ଯୋଜନାକୁ ପୁନର୍ବାର ପ୍ରସ୍ତୁତି ଦିଆଗଲା ।

ମୁଖ୍ୟ ଟ୍ରେନ୍ ର ଚାର୍ଟ ପ୍ରସ୍ତୁତି ହୋଇଯିବା ପରେ ୱେଟିଂ ଲିଷ୍ଟର ଯାତ୍ରୀମାନଙ୍କୁ କ୍ଲୋନ ଟ୍ରେନରେ ସେମାନଙ୍କର ସିଟ କନ୍ଫର୍ମେସନ ୪ ଘଣ୍ଟିକା ପୂର୍ବରୁ ଜଣାଇଦିଆଯିବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋଷ୍ଟ୍ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ