ଅଖରୋଟ୍ କମ୍ କରେ କୋଲେଷ୍ଟରଲ୍ :

ବୈଜ୍ଞାନୀକଙ୍କ କହିବାନୁଯାୟୀ, ବିଭିନ୍ନ ପ୍ରକାର ଶୁଖିଲା ଖାଦ୍ୟ ମଧ୍ୟରୁ ଅଖରୋଟ୍ ସବୁଠାରୁ ସ୍ୱାସ୍ଥ୍ୟକର । ଅଖରୋଟ୍ ରେ ରହିଥାଏ ପ୍ରାଚୁର ପରିମାଣରେ ଆଣ୍ଟି- ଅକ୍ସୀଡାଣ୍ଟ ।

                      Photo by National Cancer Institute on Unsplash

ଦିନକୁ ପ୍ରାୟ ଅତିକମ୍ ରେ ସାତଟି ଅଖରୋଟ୍ ଖେଇବା ଦ୍ବାରା ବିଭିନ୍ନ ପ୍ରକାର ରୋଗ ଦୁର ହୋଇଥାଏ ।ଏକ ଗବେଷଣାରୁ ଜଣାଯାଇଛି ଯେ ପ୍ରତିଦିନ ଅଖରୋଟ୍ ଖାଇବା ଦ୍ବାରା କୋଲେଷ୍ଟରଲର ମାତ୍ରା ହ୍ରାସ ପାଇଥାଏ ।

ଯଦି କୋଲେଷ୍ଟରଲର ମାତ୍ରା ହ୍ରାସ ପାଏ ତେବେ ଶରୀର ସ୍ଲିମ ହୋଇଥାଏ ।ଏହା ବ୍ୟତୀତ ଅଖରୋଟ୍ ରେ ପୋଲିଫେଲନର ମାତ୍ରା ଅଧିକ ରହିଛି ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।

 
                     
Photo by Wouter Supardi Salari on Unsplash

ପୋଲିଫେଲନର ହେଉଛି ଏକ ଆଣ୍ଟି- ଅକ୍ସୀଡାଣ୍ଟ ପରି ଭିଟାମିନ ।

ଆମ୍ବ :
ଆମ୍ବ ଏକ ମିଠା ଫଳ ଅଟେ ।କୁହାଯାଏ ଆମ୍ବ ଖାଇବା ଦ୍ବାରା ଶରୀରରେ ଶର୍କରାର ମାତ୍ରା ଓ ମେଦବହୁଳତା ନକାରାତ୍ମକ ଭାବେ ପ୍ରଭାବିତ ହେଉଥିବାର ବିଶ୍ୱାସ କରାଯାଉଛି ।କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବରେ ଭୁଲ ଧାରଣା ଅଟେ ।
ନିକଟରେ ହୋଇଥିବା 'ଅକ୍ଲାହୋମା ବିଶ୍ୱବିଦ୍ୟାଳୟ'ର ଗବେଷଣାରେ ଗବେଷକ ଏଦ୍ରାଲୀନ ଲୁକାସଙ୍କ ମତରେ ଯଦି ମୋଟା ଲୋକ ଦୈନିକ ଶହେ ଗ୍ରାମ ଆମ୍ବ ଖାଇବା ଦ୍ବାରା ରକ୍ତ ଶର୍କରା କମିଯାଇପରେ ।
ଏହା ଦ୍ଵାରା ଓଜନ ବଢିବାର ଆଶଙ୍କା ମଧ୍ୟ କମ୍ ।

ଆମ୍ବରେ ଥିବା ମାଙ୍ଗିଫେରିନ୍ ରକ୍ତ ଶର୍କରାକୁ ସକାରାତ୍ମକ ଭାବରେ ପ୍ରଭାବିତ କରିଥାଏ ।ଆମ୍ବରେ ଆଣ୍ଟି-ଅକ୍ସୀଡାଣ୍ଟ୍ ରହିଥାଏ ଓ ଆମ୍ବର ତନ୍ତୁ,ରକ୍ତର ଶର୍କରା ଧାରଣା କ୍ଷମତାକୁ କମାଇଥାଏ ।

  
           
Photo by Phoenix Han on Unsplash

୨୦ ରୁ ୫୦ ବର୍ଷର ବୟସ୍କ କୋଡ଼ିଏ ଜଣ ପ୍ରାପ୍ତ ମୋଟା ଲୋକଙ୍କୁ ନେଇ ନିୟମିତ ଆମ୍ବ ଖୁଆଇ ଲୁକସା ଓ ତାଙ୍କ ସାଥୀମାନେ  ପରୀକ୍ଷା କରିଥିଲେ ଓ ଏହା ଲମ୍ବା ସମୟ ପର୍ଯ୍ୟନ୍ତ ସମୟ ନେଇଥିଲା ।
ଯାହାଫଳରେ ଆଜି ସେ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ।

ସପେଟାର ଉପକରିତା :

ସପେଟା ଏକ ତନ୍ତୁ ବହୁଳ ଓ ମିଠା ଫଳ ଅଟେ ।ଏଥିରେ ପ୍ରଚୁର ପରିମାଣରେ ଫ୍ରୁକ୍ଟୋଜ ଏବଂ ସୁକରୋଜ ରହିଥାଏ ।ତେଣୁ ଏହା କୋଷ୍ଠକାଠିନ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ ଓ ଏହା ମଧ୍ୟ କର୍କଟ ସୃଷ୍ଟିକାରୀ ବିଷ କବଳରୁ ମଣିଷର ଅନ୍ତନଳୀକୁ ସୁରକ୍ଷିତ ରଖିଥାଏ ।
ଏହା ଏକ ପ୍ରାକୃତିକ ଯନ୍ତ୍ରଣା ଉପଶମକାରୀ ଅଟେ ।ପେଟ କାଟୁଥିବା ସମୟରେ ଖାଇଲେ କଷ୍ଟ ଦୁର ହୋଇଥାଏ  ।
ସପେଟାରେ ଲୌହସାର ,ତମ୍ବା,ପଟାସିୟମ,ନାଇସିନ,ଫୋଲେଟ,ଭିଟାମିନ ଏ ଓ ଭିଟାମିନ ସି ଆଦି ମିଳିଥାଏ ।ଚର୍ମ ଓ କେଶର ସ୍ୱାସ୍ଥ୍ୟ ପାଇଁ ସପେଟା ବେଷ୍ଟ ଅଟେ ।
ସପେଟାରୁ ଟାନିନ ମିଳୁଥିବାରୁ ,ଏହାକୁ ଖାଇବା ଦ୍ବାରା ରୋଗପ୍ରତିରୋଧକ ଶକ୍ତି ବଢିଥାଏ ।
ତେଣୁ ସୁସ୍ଥ ରହିବା ପାଇଁ ପ୍ରତିଦିନ ସପେଟା ଖାଆନ୍ତୁ ।
ଆଶା କରୁଛୁ ଆପଣଙ୍କୁ ଆମର ପୋଷ୍ଟ୍ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ