ଧନତେରସ ଆୟୁର୍ବେଦ ର ଦେବୀଙ୍କ ପର୍ବ ଭାବରେ ପରିଚିତ କିନ୍ତୁ କିଛି ବର୍ଷ ଭିତରେ ଏହା ଦେଶର ଏକ ବଡ଼ ପର୍ବ ଭାବରେ ଉଭା ହୋଇଛି ।ଏହାକୁ ସୁନା ଗହଣା ର ବ୍ୟବସାୟୀ ମାନେ ବଡ଼ ଧରଣର ପାଳନ କରିଥାନ୍ତି । ଏହି ଦିନରେ ସୁନା କିଣିଲେ ଘରକୁ ମା' ଲକ୍ଷ୍ମୀ ଆସନ୍ତି ବୋଲି ଲୋକମାନଙ୍କର ବିଶ୍ୱାସ ରହିଛି । ସାରା ଦେଶ ରେ ଏହିଦିନକୁ ମା' ଧଣ୍ୱନ୍ତରିଙ୍କୁ ପୂଜାର୍ଚ୍ଚନା କାରାଯାଏ । 

ସେ ଆୟୁର୍ବେଦ ଓ ଜଟିଳ ରୋଗରୁ ନିସ୍ତାର ପ୍ରଦାନ କରୁଥିବା ଦେବୀ ଭାବେ ପରିଚିତ । କିନ୍ତୁ ଆଜି ଦିନରେ ଧନତେରସ କହିଲେ ଲୋକମାନେ ସୁନା ଗହଣା କିଣାବିକା ଲାଗି ଏକ ପବିତ୍ର ଦିନ ବୋଲି ବିଚାର କରୁଛନ୍ତି । ଏହି ଦିନଟି ଦୀପାବଳି ପୂର୍ବରୁ ଆସିଥାଏ । ସାଧରଣତଃ ଏହି ଦିନ ସୁନାର କଏନ କିମ୍ବା ଚାନ୍ଦିର କଏନ କିଣାଯାଏ । 

କିନ୍ତୁ ଓଡ଼ିଶାରେ ବିଶେଷକରି କଟକ, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ଏବଂ ରାଉଲକେଲା ଭଳି ସହରରେ ଏହିଦିନ ଲୋକମାନେ ସୁନା ଦୋକାନରେ ଭିଡ଼ ଲଗାଇଥାନ୍ତି ଓ କ୍ୱିଣ୍ଟାଲ୍ ରୁ ଅଧିକ ପରିମାଣରେ ସୁନା ଗହଣା ବିକ୍ରି ହୋଇଥିବାର ଉଦାହରଣ ରହିଛି ।ସେଥିପାଇଁ ସୁନା ଦୋକାନୀମାନେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ନିଜ ସୋ' ରୁମକୁ ଆଲୋକମାଳାରେ ସଜେଇବା ସହିତ ଆକର୍ଷଣୀୟ ଅଫର ମଧ୍ୟ ଘୋଷଣା କରିଥାନ୍ତି ।

ଲୋକମାନଙ୍କର ବିଶ୍ୱାସ ରହିଛି ଯେ ଏହିଦିନରେ ଜିନିଷ କିଣିଲେ ,ଘରେ ଭାଗ୍ୟଦେବୀ ପ୍ରବେଶ କରନ୍ତି ଏବଂ ସେଥିପାଇଁ
 ଧନତେରସ ଦିନ ମା' ଲକ୍ଷ୍ମୀଙ୍କ ପ୍ରତିମା ଥିବା ରୁପା ଓ ସୁନା କଏନ କିଣିଥାନ୍ତି ।ତେଣୁ ଧନତେରସ ବ୍ୟତୀତ ଦଶହରା ଠାରୁ ଦୀପାବଳି ପର୍ଯ୍ୟନ୍ତ ସୁନା ଦୋକାନ,ଏଲେକ୍ଟ୍ରିକ  ଦୋକାନ ଓ ଗାର୍ମେଣ୍ଟ ଦୋକାନ ଆଦିରେ ବହୁତ ଭିଡ ଲାଗିରହିଥାଏ  ଏବଂ ପ୍ରବଳ ମାତ୍ରାରେ ବିକ୍ର ମଧ୍ୟ ହୋଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ