ବ୍ୟାଙ୍କ କର୍ମଚାରୀଙ୍କ ବେତନରେ ୧୫% ବୃଦ୍ଧି ପାଇଁ ନିଷ୍ପତ୍ତି

ବ୍ୟାଙ୍କ ସଂଘ ଓ ଭାରତୀୟ ବ୍ୟାଂକଗୁଡିକର ସଂଘ (ଆଇବିଏ) ମଧ୍ୟରେ ବେତନ ବୁଝାମଣାକୁ ନେଇ ବୁଝାମଣା ହୋଇଛି ।ବ୍ୟାଙ୍କ କର୍ମଚାରୀଙ୍କ ବେତନରେ ୧୫% ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି ।ଏଥିପାଇଁ ବ୍ୟାଙ୍କଗୁଡିକର ବେତନ ଜନିତ ବ୍ୟୟ ୭୯୦୦ କୋଟି ଟଙ୍କା ବୃଦ୍ଧି ପାଇବ । ସେଥି ମଧ୍ୟରୁ ୩୩୮୫ କୋଟି ଟଙ୍କା ଅଣଅଧିକାରୀଙ୍କ ବେତନ ବାବଦରେ ଏବଂ ବଳକା ଅର୍ଥରାଶି ଅଧିକାରୀମାନଙ୍କୁ ବେତନ ଦେବାରେ ବ୍ୟୟ ହେବ । ୨୦୧୭ ନଭେମ୍ବରରୁ ୨୦୨୨ ଅକ୍ଟୋବର ପର୍ଯ୍ୟନ୍ତ ସମୟ ପାଇଁ ଏହି ବେତନ ବୁଝାମଣା ହୋଇଛି ।

ଦୀପାବଳି ପୂର୍ବରୁ ବ୍ୟାଙ୍କ କର୍ମଚାରୀମାନଙ୍କୁ ବକେୟା ବେତନ ମିଳିଯିବ ବୋଲି କୁହାଯାଇଛି ।କିନ୍ତୁ ଏହା ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ଘୋଷଣା ହୋଇନାହିଁ । ବେତନ ବୃଦ୍ଧି ସମୟର ଟଙ୍କାକୁ ଚଳିତ ବର୍ଷ ନଭେମ୍ବର ୧ରୁ ପ୍ରଭବୀ ଭାବେ ଜାରି କରାଯିବ ବୋଲି ବ୍ୟାଙ୍କର ଅଫିସ ସଂଘ ଗୁଡିକ ପକ୍ଷରୁ କୁହାଯାଇଛି ।ଆଇବିଏ ପକ୍ଷରୁ ଜରି କରାଯାଇଥିବା କୁହାଯାଇଛି ଯେ ପ୍ରତିଦ୍ବନ୍ଦିତା ଭାବେ ଜାଗ୍ରତ କରିବା ଏବଂ ପ୍ରଦର୍ଶନ ଲାଗି ପୁରସ୍କାର ଦେବା ପାଇଁ ପ୍ରଥମ ଥର ଲାଗି ପ୍ରଦର୍ଶନ ସହ ଜଡିତ ପେମେଣ୍ଟ ବ୍ୟବସ୍ଥା ଲାଗୁ କରାଯାଇଛି । 

ଏହି ବେତନ ବୁଝାମଣାରେ ୨୯ଟି ବ୍ୟାଙ୍କ ସାମିଲ ଥିଲେ । ସେଥି ମଧ୍ୟରୁ ୧୨ଟି ସରକାରୀ ବ୍ୟାଙ୍କ ହୋଇଥିବା ବେଳେ ୧୦ଟି ଘରୋଇ କ୍ଷେତ୍ରର ବ୍ୟାଙ୍କ ଓ ସାତଟି ବିଦେଶୀ ବ୍ୟାଙ୍କ ରହିଛି ।ଆଇବିଏ ସହିତ ହୋଇଥିବା ବୁଝାମଣା ଯୋଗୁଁ ବ୍ୟାଙ୍କ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୫ ଲକ୍ଷରୁ ଅଧିକ କର୍ମଚାରୀ ଉପକୃତ ହେବେ ।

ଚାରିଟି ବ୍ୟାଙ୍କ ସଂଘ ଯଥା ସର୍ବଭାରତୀୟ ବ୍ୟାଙ୍କ ଅଫିସରଙ୍କ ମହାସଂଘ ( ଏଆଇବିଓସି ) ,ସର୍ବଭାରତୀୟ ବ୍ୟାଙ୍କ ଅଫିସରଙ୍କ ସଂଘ ( ଏଆଇବିଓଏ ) ,ଭାରତୀୟ ଜାତୀୟ ବ୍ୟାଙ୍କ ଅଧିକାରୀ କଂଗ୍ରେସ (ଏଆଇବିଓସି ) ଓ ଜାତୀୟ ବ୍ୟାଙ୍କ ଅଧିକାରୀଙ୍କ ସଙ୍ଗଠନ (ଏନଓବିଓ ) ପକ୍ଷରୁ ମିଳିତ ଭାବେ ଜାରି କରାଯାଇଥିବା ବିଜ୍ଞାକ୍ତିରେ କୁହାଯାଇଛି ଯେ ପ୍ରଥମ ଥର ଲାଗି ସମସ୍ତଙ୍କ ପାଇଁ ଏକପ୍ରକାର ମୂଳ ବେତନ ,ମହଙ୍ଗା ଭତ୍ତା ,ଘର ଭଡା ଭତ୍ତା, ସ୍ୱତନ୍ତ୍ର ଭତ୍ତା ଓ ପରିବହନ ଭତ୍ତାକୁ ଦେଶର ସମସ୍ତ ଅଞ୍ଚଳ ପାଇଁ ଲାଗୁ କରାଯାଇଛି ।

ସର୍ବଭାରତୀୟ ସ୍ତରରେ ଏଚଆରଏ  ୧୦.୫ ପ୍ରତିଶତ ରହିଛି । ବ୍ୟାଙ୍କର କର୍ମଚାରୀ ମାନେ ମୂଳତଃ ତିନିଟି ଦାବିକରୁଥିଲେ ।ତାହା ଥିଲା କେନ୍ଦ୍ରିୟ ବେତନ କମିଶନ ଆଧାରରେ ଦରମା, ସପ୍ତାହକୁ ପାଞ୍ଚଦିନ କାର୍ଯ୍ୟ ଦିବସ ଏବଂ ଫାମିଲି ପେନସନ୍ ରେ ଉନ୍ନତି । ପ୍ରଥମ ଦୁଇଟି ଦାବି ହାସଲ ହୋଇନାହିଁ । ଫାମିଲି ପେନସନ୍ ଦାବି ସରକାରଙ୍କ ନିକଟକୁ ପଠାଯିବ ବୋଲି ଆଇବିଏ ପ୍ରତିଶ୍ରୁତି ଦେଇଛନ୍ତି । 

ଏହାର ଅବଧି ଦୁଇ ବର୍ଷିଆ ରହିବ ଏବଂ ଅବସର ଗ୍ରହଣ କରିଥିବା କର୍ମଚାରୀ ମାନଙ୍କ ପାଇଁ ନୋସନାଲିଟି ପରିଅଡସିଟି ୨୦୧୭ ନଭେମ୍ବର ପରଠାରୁ ପ୍ରତି ଦୁଇବର୍ଷ ରେ ରହିବ ।ବେତନ ବୃଦ୍ଧି ନେଇ ବୁଝାମଣା ହୋଇଥିବାରୁ ସର୍ବଭାରତୀୟ ବ୍ୟାଙ୍କ ଅଧିକାରୀ ମହାସଂଘ ,ଓଡିଶା ର ସଭାପତି ଦାମୋଦର ନନ୍ଦ ଆଇବିଏକୁ କୃତଜ୍ଞତା ଜଣାଇଛନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ