ବର୍ତ୍ତମାନ ଶୁଣିବାକୁ ମିଳୁଛି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କର ପରିସୀମା ମଧ୍ୟକୁ ସମବାୟ ବ୍ୟାଙ୍କଗୁଡିକ ଆଣିବା ପାଇଁ ବ୍ୟାଙ୍କିଙ୍ଗ ନିୟମରେ ଯେଉଁ ସଂଶୋଧନ କରାଯାଇଛି ତାହା ସଂସଦରେ ଗୃହିତ ହୋଇଛି ।ସମବାୟ ବ୍ୟାଙ୍କରେ ଜମାକାରୀଙ୍କ ହିତ ସାଧନ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ସଂଶୋଧନ କରାଯାଇଥିଲା ।

ପିଏମସି ବ୍ୟାଙ୍କର ଜାଲିଆତି ଲୋକଲୋଚନକୁ ଆସିବାପରେ ସମବାୟ ବ୍ୟାଙ୍କ ର ପରିଚାଳନା ଦୁର୍ବଳତା ରହିଥିବାର ଜଣାପଡିଥିଲା ।

ସେଥିଯୋଗୁଁ ସେଗୁଡିକର ନିୟାମକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ । 

: ସଂସଦରେ ହେଲା ବିଲ୍ ପାସ୍ :

ଗତ ଜୁନମାସ ୨୬ ତାରିଖରେ ଏନେଇ ଏକ ଅଧ୍ୟାଦେଶ ଜାରି କରାଯାଇଥିଲା ।ତାହାକୁ ବ୍ୟାଙ୍କିଙ୍ଗ ନିୟାମକ (ସଂଶୋଧନ) ବିଲ,୨୦୨୦ ରେ ପରିଣତ କରି ସଂସଦରେ ଉପସ୍ଥାପନ କରାଯାଇଥିଲା ।
ରାଜ୍ୟସଭାରେ ବାଚନୀକ ଭୋଟରେ ବିଲ ଗୃହିତ କରାଯାଇଛି ।ସେପ୍ଟେମ୍ବର ମାସ ୧୬ରେ ଏହା ଲୋକସଭାରେ ପାସ୍ ହୋଇଥିଲା ।

ସମବାୟ ବ୍ୟାଙ୍କଗୁଡିକ ଭାରତୀୟ ରିଜର୍ଭ ବ୍ୟାଙ୍କର ପରିସୀମା ମଧ୍ୟରେ ରହିବାପରେ ସେଗୁଡିକର ପରିଚାଳନାରେ ହେଉଥିବା ତ୍ରୁଟିରେ ସୁଧାର ହୋଇପାରିବ ।
ପରିଚାଳନାରେ ପେସାଦର ମନୋବୃତ୍ତି ଆସିବ , ବ୍ୟାଙ୍କଗୁଡିକ ପାଣ୍ଠି ହାସଲ କରିବାପାରିବେ ଓ ପ୍ରଶାସନିକ କ୍ଷେତ୍ରରେ ମଧ୍ୟ ଉନ୍ନତି ହୋଇପାରିବ ।

ଏହି ବିଲର ସଂଶୋଧନ ସମ୍ପର୍କରେ ହୋଇଥିବା ବିତର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ କହିଛନ୍ତି ଯେ ଜମାକାରୀଙ୍କର ହିତ ସାଧନ ପାଇଁ ଏହି ନିୟମ କରାଯାଇଛି ଓ ସେ ଏହା ମଧ୍ୟ ସ୍ପଷ୍ଟ କରି କହିଛନ୍ତିଯେ କେବଳ ବ୍ୟାଙ୍କିଙ୍ଗ ସେବା ପ୍ରଦାନ କରୁଥିବା ସମବାୟ ସଂସ୍ଥାଗୁଡିକ ଉପରେ ଏହି ନିୟମ ଲାଗୁ ହେବ ।

କରୋନା ମହାମାରୀ ସମୟରେ ସମବାୟ ବ୍ୟାଙ୍କର ସ୍ଥିତିବିଗିଡି ଥିବାରୁ ସେଗୁଡିକ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ତୀକ୍ଷଣ ନଜର ରଖିଛନ୍ତି । 

ସେ ୟେସ ବ୍ୟାଙ୍କର ଉଦାହରଣ ଦେଇ କହିଥିଲେଯେ ତାହା ବଣିଜ୍ୟକ ବ୍ୟାଙ୍କ ନିୟମ ଅଧୀନରେ ପରିଚାଳିତ ହେଉଥିବାରୁ ଶୀଘ୍ର ସମାଧାନର ବାଟ ଭରିଥିଲା ।
କିନ୍ତୁ ପିଏମସି ବ୍ୟାଙ୍କ କ୍ଷେତ୍ରରେ ସମାଧାନର ପନ୍ଥା ବାହାରିବାକୁ ଟିକେ ସମୟ ଲାଗିଥିଲା ।

ଆଶା କରୁଛୁ ଆପଣଙ୍କୁ ଆମର ପୋଷ୍ଟ୍ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ