ତାଡ଼କା ରାକ୍ଷସୀ କିପରି ପାଇଲା ମୁକ୍ତି ଓ କିଏ ଦେଲେ ତାକୁ ମୁକ୍ତି :
ଅଭିଶାପ ଫଳରେ ରାକ୍ଷସୀ ତାଡ଼କା କୁରୂପ ହୋଇଯାଏଇଥିଲା ।ଏବଂ ସେ ଏକ ରାକ୍ଷସକୁ ମଧ୍ୟ ବିବାହ କରିଥିଲେ ।ତାଙ୍କର ଦୁଇ ପୁଅ ଥିଲେ,ଜଣେ ମାରୀଚ ଓ ଅନ୍ୟ ଜଣେ ସୁବାହୁ ଥିଲେ । ଏପରି ଅଭିଶାପ ପାଇବା ପରେ ସେ ସେ ଋଷି ଅଗସ୍ତ୍ୟଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ।
ଯାହାଫଳରେ ଋଷି ଅଗସ୍ତ୍ୟ ତାଙ୍କୁ କହିଥିଲେ ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମଙ୍କ ଦ୍ବାରା ତୋର ପ୍ରାଣ ଯିବ । ଏହା ପରେ ଯାଇ ତୋର ମୁକ୍ତି ହେବ ।ଆଉ ତାପରେ ତୁମେ ସ୍ୱର୍ଗ ଦିଗରେ ପ୍ରସ୍ଥାନ କରିବ ।
ତେବେ କିପରି ହେଲା ତ୍ରେତୟା ଯୁଗରେ ରାକ୍ଷସୀ ତାଡ଼କା ର ମୁକ୍ତି :
ତ୍ରେତୟା ଯୁଗରେ ରାକ୍ଷସଙ୍କ ଉପଦ୍ରବ ବହୁମାତ୍ରା ରେ ବଢିବାରେ ଲାଗିଲା । ଯାହା ଦ୍ବାରା ରାକ୍ଷସ ମନେ ଯଜ୍ଞ କୁଣ୍ଡ ଆଦି ନଷ୍ଟ କରୁଥିଲେ ଓ ଋଷି ମାନଙ୍କ ଉପରେ ଅତ୍ୟାଚାର କରୁଥିଲେ ।
ଯାହାଫଳରେ ସମସ୍ତ ଋଷିଗଣ ଚିନ୍ତାରେ ପଡିଗଲେ । ଏବଂ ସମସ୍ତ ଋଷିଗଣ ମହର୍ଷି ବିଶ୍ଵାମିତ୍ରଙ୍କୁ ଗୁହାରି ଜଣାଇଲେ ।
ସେମାନଙ୍କ ଦୁଃଖ ଦୂର କରିବା ପାଇଁ ଋଷି ବିଶ୍ଵାମିତ୍ର ଅଯୋଧ୍ୟା ଗଲେ ଓ ରାଜା ଦଶରଥଙ୍କୁ ଅନୁରୋଧ କରି ପ୍ରଭୁ ଶ୍ରୀରାମ ଏବଂ ଲକ୍ଷ୍ମଣଙ୍କୁ ସାଙ୍ଗରେ ଧରି ଆସିଲେ । ଏହାପରେ ଋଷି ବିଶ୍ଵାମିତ୍ର ରାମ ଓ ଲକ୍ଷ୍ମଣଙ୍କୁ ଅସ୍ତ୍ରଶସ୍ତ୍ର ବିଦ୍ୟା ଶିକ୍ଷା ଦେଲେ ।
ରାମ ଓ ଲକ୍ଷ୍ମଣ ଯଜ୍ଞ ରକ୍ଷା କରିବେ ବୋଲି ଋଷିଗଣଙ୍କୁ କହିଲେ ଋଷି ବିଶ୍ଵାମିତ୍ର ।ଏହିପରି ଭାବେ ରାମ ଓ ଲକ୍ଷ୍ମଣ ଜଗି ରହିବାରୁ ଋଷିଗଣ ସମସ୍ତେ ସେମାନଙ୍କର ଯଜ୍ଞ ସମ୍ପୂର୍ଣ୍ଣ କଲେ ।
କିନ୍ତୁ ଦିନେ ଯଜ୍ଞ ଚାଲିଥିଲା ବେଳେ ବିଶାଳ ଶରୀର ଏବଂ କୁରୂପ ମୁଖ ଥିବା ରାକ୍ଷସୀ ଉଭା ହେଲା ଯିଏକି ରାକ୍ଷସୀ ତାଡ଼କା ଥିଲା ଓ ସେ ଯଜ୍ଞ ନଷ୍ଟ କରିବାକୁ ବାହାରିଲା ।
ଏହି ସମୟରେ ପ୍ରଭୁ ଶ୍ରୀରାମ ଗୋଟିଏ ତୀର ତାଡ଼କା କୁ ମାରିଥିଲେ । ଯାହାଫଳରେ ସେ ଏକ ସୁନ୍ଦର ଅପସରା ରୂପରେ ପରିବର୍ତ୍ତିତ ହୋଇଯାଇଥିଲା ।
ସେ ପ୍ରଭୁଙ୍କୁ ପ୍ରଣାମ ଜଣାଇଲା ଓ ସ୍ୱର୍ଗକୁ ଚାଲିଗଲା ।
ଏବଂ ଶେଷରେ ପ୍ରଭୁ ଶ୍ରୀରାମ ନିଜ ଅନୁଜ ଓ ଗୁରୁଙ୍କ ସହ ଅନ୍ୟ ରାକ୍ଷସମାଙ୍କୁ ଭେଟିଲେ ଓ ସେମାନଙ୍କ ର ବଧ କରିଥିଲେ ।
ସେ ମଧ୍ୟରୁ ତାଡ଼କା ରାକ୍ଷସୀ ର ପୁତ୍ର ମାରିଚ କୁ ଗୋଟେ ତୀର ଓ ଆଉଏକ ତୀର ସୁବାହୁକୁ ମାରିଥିଲେ ।
ଏହିପରି ଭାବରେ ଋଷି ବିଶ୍ଵାମିତ୍ରଙ୍କ ମାର୍ଗଦର୍ଶନ ରେ ସେ ରାକ୍ଷସମାଙ୍କୁ ବଧ କରି ଋଷିଗଣଙ୍କ ଠାରୁ ଆଶୀର୍ବାଦ ଲାଭ କରିଥିଲେ ଓ କୁରୂପି ତାଡ଼କା ରାକ୍ଷସୀକୁ ଶ୍ରାପମୁକ୍ତ କରିଥିଲେ ।
ଆଶା କରୁଛୁ ଆପଣଙ୍କୁ ଆମର ପୋଷ୍ଟ୍ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ
0 Comments