ସମଗ୍ର ବିଶ୍ବରେ ଅନେକ ଅବିଶ୍ୱାସନିୟ ସ୍ଥଳୀକୁ ନିଜ କୋଳରେ ଜାବୁଡ଼ିଧରିଛି ପ୍ରକୃତି । ତନ୍ମଧ୍ୟରୁ ମେଳିସାନି ଗୁମ୍ଫା ଅନ୍ୟତମ ଅଟେ ।

ଗ୍ରୀସର କେଫାଳିନିଆ ଦ୍ବୀପର ପୂର୍ବତଟରେ ସାମି ନାମକ ଛୋଟ ଏକ ସହରଠାରୁ ହାରାହାରି ୫ କି.ମି ଦୁରରେ ଏହା ଅବସ୍ଥିତ ।

                                                  Photo by Adam Bixby on Unsplash

ଏହାର ଚତୁଃପାର୍ଶ୍ୱ ଜଙ୍ଗଲରେ ପରିପୂର୍ଣ୍ଣ ଏବଂ ଏହା ମଧ୍ୟରେ ଏକ ହ୍ରଦ ରହିଛି ।ଏହି ସ୍ଥାନକୁ ଲୋକମାନେ ବୋଟିଂର ମଜା ନେବାକୁ ଆସିଥାନ୍ତି ।

ଏହି ଗୁମ୍ଫାର ଲମ୍ଵ ପ୍ରାୟ ୧୦୦ ମିଟର ।ଗୁମ୍ଫାର ପ୍ରାୟ ଏକ ତୃତୀୟାଂଶ ସ୍ଥାନରେ ହ୍ରଦ ରହିଅଛି ।

୧୯୫୧ ମସିହାରେ ମେଲିସାନି ଗୁମ୍ଫା ଆବିଷ୍କୃତ ହୋଇଅଛି ।

୧୯୬୩ରେ ପର୍ଯ୍ୟଟକଙ୍କ ପାଇଁ ଏହା ଖୋଲା ଯାଇଥିଲା ।ଗୁମ୍ଫାର ପଶ୍ଚିମରେ ମଉଣ୍ଟନ ସ୍ଲୋପ ରହିଛି । ଏହି ଗୁମ୍ଫାର ଆକୃତି 'B' ଆକାରର । ଯାହାର ଦୁଇ ଭାଗରେ ପାଣି ଓ ମଝି ଭାଗରେ ଦ୍ବୀପ ରହିଛି ।

ଏହାର ପ୍ରଥମ ଭାଗରେ ସୂର୍ଯ୍ୟଙ୍କ କିରଣ ପଡେ ଏବଂ ଅନ୍ୟ ଭାଗରେ ଉତାପ କମ ଅନୁଭୂତି ହୋଇଥାଏ । ଖରାଦିନରେ ଏହି ସ୍ଥାନର ମଜା ନେବାକୁ ଆସିଥାନ୍ତି ବହୁତ ସଂଖ୍ୟକ ପର୍ଯ୍ୟଟକ ।

ଆଶା କରୁଛୁ ଆପଣଙ୍କୁ ଆମର ପୋଷ୍ଟ୍ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ