ହିନ୍ଦୁ ମାସର କ୍ୟାଲେଣ୍ଡେର ଅନୁଯାଇ ପ୍ରତି ୩ ବର୍ଷ ରେ ମଳମାସ ଆସିଥାଏ ।ଯାହାକୁ ଅଧିମାସ ବା ପୁରୁଷୋତ୍ତମ ମାସ ବୋଲି କୁହାଯାଏ । ଚଳିତବର୍ଷ ଶୁକ୍ରବାର ସେପ୍ଟେମ୍ବର ୧୮  ତାରିଖରୁ ମଳମାସ ଆରମ୍ଭ ହୋଇଯାଇଛି ।

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଏହି ଦିନଟି ପ୍ରତିପଦ ତିଥିରେ ପଡୁଛି । 
ଯାହା ଫଳରେ ଚନ୍ଦ୍ର ଓ ସୂର୍ଯ୍ୟ ଉଭୟ କନ୍ୟା ରାଶିରେ ବିରାଜମାନ କରୁଛନ୍ତି ।


ହିନ୍ଦୁ ଲାଗି ଏହି ମାସଟି ଧାର୍ମିକ ମାସ ବୋଲି କୁହାଯାଏ ।ଏହା ପୂଜାପାଠ, ବ୍ରତ ଉପବାସ,ଜପ ଓ ଯୋଗ ଭଳି ଧାର୍ମିକ କାର୍ଯ୍ୟ ଲାଗି ମାସଟି ପ୍ରକୃଷ୍ଠ ।

ତେଣେ କୁହାଯାଏ କିଏହି ମାସରେ କରାଯାଉଥିବା ଧାର୍ମିକ କାର୍ଯ୍ୟର କର୍ମ ଫଳ ଅନ୍ୟମାସ ତୁଳନାରେ ୧୦ ଗୁଣା ଅଧିକ ମିଳିଥାଏ ।
ତେଣୁ ଧାର୍ମିକ ମାନ୍ୟତା ଅନୁସାରେ ଏହି ମାସରେ ସମସ୍ତ ଶୁଭ କାର୍ଯ୍ୟ ବର୍ଜିତ ହୋଇଥାଏ । ଏହି ସମୟରେ ନାମକରଣ,ବ୍ରତୋପନୟନ,ବିବାହ,ନୂତନ ଗୃହପ୍ରବେଶ ଓ ସାଧାରଣ ଧର୍ମ କାର୍ଯ୍ୟ ଆଦି ବର୍ଜିତ ଥାଏ ।


ଅତିରିକ୍ତ ହୋଇଥିବାରୁ ଏହି ମାସ ମଳିନ ବୋଲି କୁହାଯାଏ ।ତେଣୁ ମାସର ନାମ ମଳ ମାସ ବୋଲି କୁହାଯାଏ ।
ଏହି ମାସର ସ୍ୱମୀ ଭଗବାନ ବିଷ୍ଣୁ ହୋଇଥିବାରୁ ଏଣୁ ଏହାକୁ ତାଙ୍କ ନାମରେ ଉଛର୍ଗ କରାଯାଇଛି ।
କିନ୍ତୁ ଜ୍ୟୋତିଷିୟକଳା ଗଣନାରେ ପ୍ରତ୍ୟେକ ବର୍ଷ ୩୬୫ ଦିନ ଓ ୬ ଘଣ୍ଟା ହୋଇଥାଏ ।

ସେହିପରି ଚନ୍ଦ୍ର ବର୍ଷ ୩୫୪ ଦିନ ।ଉଭୟ ମାସରେ କେବଳ ୧୧ ଦିନର ଅନ୍ତର ଥାଏ ।ଯାହା ପ୍ରତି ୩ ବର୍ଷ ରେ ଗୋଟିଏ ଅତିରିକ୍ତ ମାସ ବୋଲି କୁହାଯାଏ ।

ଯେହେତୁ ଏହି ମାସରେ ଶୁଭ କାର୍ଯ୍ୟ ହୁଏନାହିଁ ବା ଏହା ଅତିରିକ୍ତ ମାସ ହୋଇଥିବାରୁ ମହାଳୟା ଅମାବାସ୍ୟା ପରଦିନଠାରୁ ଶକ୍ତି ଉପାସନା ଶାରଦୀୟ ଦୁର୍ଗାପୂଜା ବିଳମ୍ବିତ ହୋଇଛି । ଆସନ୍ତା ମାସ ୧୭ ତାରିଖରୁ ପୁଣି ସୁଧକାଳ ଆରମ୍ଭ ହେବା ସହିତ ଦୁର୍ଗା ଉପାସନା ଆରମ୍ଭ ହୋଇଯିବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋଷ୍ଟ୍ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ