ଘର ଯେଉଁଠି ଗୀତ ଗାଏ
ଜର୍ମାନୀର ପୂର୍ବ ପ୍ରାନ୍ତରେ ରହିଛି ପାଞ୍ଚ ମହଲା ବିଶିଷ୍ଟ ନୀଳ ରଙ୍ଗର ଘରଟିଏ, ଯାହାକି ଗୀତ ଗାଏ ।ଏହି ଘରଟିକୁ ଦେଖିବା ପାଇଁ ଆସିଥାନ୍ତି ବହୁ ଦୂରରୁ ପର୍ଯ୍ୟଟକମାନେ । ଏହାର ଆକର୍ଷଣୀୟ ଦୃଶ୍ୟ ଦେଖିବା ପାଇଁ ।
ଏହି ଘରର ଚତୁଃପାର୍ଶ୍ଵରେ ଲାଗିରହିଛି ବିଭିନ୍ନ ପ୍ରକାରର ବାଦ୍ୟଯନ୍ତ୍ର ।
ଏହି ଘରର ବିଶେଷତ୍ୱ ହେଲା ବର୍ଷା ଦିନେ ସେହି ବାଦ୍ୟଯନ୍ତ୍ର ଉପରେ ପାଣି ପଡିବା ଦ୍ବାରା ସେଥିରୁ ଏକ ପ୍ରକାର ଧ୍ୱନୀ ଉତ୍ପନ୍ନ ହୋଇଥାଏ ।
ଓ ଏହା ଏପରି ଅନୁଭୂତି ହୁଏ ଯେପରି କେହି ଜଣେ ସୁମଧୁର ସ୍ୱରରେ ଗୀତଟିଏ ଗାଉଛି ।୧୯୯୯ ମସିହାରେ ନିର୍ମିତ ହୋଇଥିବା ଏହି ଘରଟିର ଡିଜାଇନ୍ କ୍ରିଷ୍ଟୋଫର ରଫସନର ଓ ଆନେଟେ ପଲ କରିଥିଲେ ।
କ୍ରିଷ୍ଟୋଫର ରଫସନରଙ୍କ ମତରେ ଏହି ଘରର ଡିଜାଇନ୍ ନିମନ୍ତେ ତାଙ୍କୁ ୯ ବର୍ଷ ଲାଗିଥିଲା । ଏହାର କାର୍ଯ୍ୟକରି ଏତେ ସହଜ ନଥିଲା କିନ୍ତୁ ପରିଶେଷରେ ସେ ସଫଳ ହୋଇଥିଲେ । ବର୍ଷ ବର୍ଷ ଚେଷ୍ଟା କରିବା ଦ୍ବାରା ଶେଷରେ ସେ ଗୀତ ଗାଉଥିବା ଘରର ନିର୍ମାଣ କରିପାରିଥିଲେ ।
ବର୍ଷାଦିନେ ଏଇ ଘର ସମ୍ମୁଖରେ ସ୍ଥାନୀୟ ଲୋକଙ୍କ ସହ ପର୍ଯ୍ୟଟକଙ୍କ ଖୁବ ଭିଡ଼ ଲାଗିଥାଏ ।
ଲୋକେ ଘରୁ ଆସୁଥିବାର ଧ୍ୱନିକୁ ଖୁବ ଆନନ୍ଦରେ ଉପଭୋଗ କରନ୍ତି ।
ଆଶା କରୁଛୁ ଆପଣଙ୍କୁ ଆମର ପୋଷ୍ଟ୍ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ
0 Comments