ବ୍ୟୟବହୁଳ ଡିଜାଇନ୍ ସ୍ଥାପତ୍ୟ
ଦୁନିଆରେ ଲକ୍ଷ ଲକ୍ଷ ଓ କୋଟି କୋଟି ଟଙ୍କାର ପେଣ୍ଟିଂ ବିକ୍ରି ହେବାର ଆମେ ସମସ୍ତେ ଶୁଣିଥିବା କିନ୍ତୁ କୌଣସି ମୂର୍ତ୍ତି ଅଧିକ ଦାମରେ ବିକ୍ରି ହେବାର ଜାଣିନଥିବେ କି ଶୁଣିମଧ୍ୟ ନଥିବେ ।
ଆସନ୍ତୁ ଜାଣିବା ସେମିତି କିଛି କଥା :
ପେଏଣ୍ଟିଂ ମ୍ୟାନ୍ : ଆଙ୍ଗୁଠି ନିର୍ଦ୍ଦେଶୀତ କରୁଥିବା 'ଏଲ' ହୋମେ ଆଉ ଡୋଇଟ୍' ବା 'ପେଏଣ୍ଟିଂ ମ୍ୟାନ୍ ' କୁ ଜଣେ ବ୍ୟକ୍ତିଗତ ସଂଗ୍ରାହକ ୨୦୧୫ରେ ୧୪୧.୩ ମିଲିୟନ ଡଲାରରେ କିଣିଥିଲେ ।କୁହାଯାଇଛି ଏହା ୧୯୪୭ ମସିହାରେ ଉକ୍ତ ବ୍ରୋଞ୍ଚ ମୂର୍ତ୍ତି ସୁଇଜରଲାଣ୍ଡର ସ୍ଥାପିତ ଅଲବୋର୍ଟ ଗିଆକୋମେତିଙ୍କର ସର୍ବଶ୍ରେଷ୍ଠ ସ୍ଥାପତ୍ୟ ।ଓ ଏହାର ଉଚ୍ଚତା ୫ ଫୁଟ ୧୦ ଇଞ୍ଚ ।
ୱାକିଂ ମ୍ୟାନ୍ : 'ଏଲ ହୋମେ କୁଇ ମାର୍ଚ୍ଚ ୧ ' କିମ୍ବା 'ୱାକିଂ ମ୍ୟାନ୍' ହେଉଛି ଏକ ବ୍ରୋଞ୍ଚ ତିଆରି ମୂର୍ତ୍ତି । ଏହି ମୂର୍ତ୍ତିଟିକୁ ମଧ୍ୟ ଅଲବୋର୍ଟ ଗିଆକୋମେତି ଗଢ଼ିଥିଲେ ।ଏହାକୁ ୨୦୧୦ ଫେବୃୟାରୀରେ ବ୍ରାଜିଲର ଜଣେ ଫିଲାନ୍ଥୋର୍ପିଷ୍ଟ ଓ ସାମାଜିକ କର୍ମୀ ଲିଲି ସାଫ୍ରା ୧୦୪.୩ ମିଲିୟନ ଡଲାରରେ କିଣିଥିଲେ ।ଏହି ମୂର୍ତ୍ତିର ଫୋଟ ମଧ୍ୟ ସୁଇଜରଲାଣ୍ଡର ୧୦୦ ଫ୍ରାଙ୍କ ନୋଟରେ ସ୍ଥାନପାଇଥିଲା ।ଏହାକୁ ମଧ୍ୟ ଆର୍ଟର ମାଷ୍ଟର କୁହାଯାଏ ।
ଗ୍ରାଣ୍ଡ ଟେଟେ ମିନ୍ସ : ଅଲବୋର୍ଟ ଗିଆକୋମେତିଙ୍କର ଏ ହେଉଛି ଆଉ ଏକ ମୂର୍ତ୍ତି ।ଯାହା ଦେଖିବାକୁ ଠିକ, କଥା କହିବାକୁ ପାଟି ଖୋଲିଥିବା ଏକ ମଣିଷର ମୁଣ୍ଡ ଭଳି । ଏଏହି ମୂର୍ତ୍ତିଟିକୁ ଦୁଇ ପର୍ଶ୍ୱରୁ ଦେଖିଲେ ଲମ୍ବାଳିଆ ଆଉ ସାମ୍ନାରୁ ଦେଖିଲେ ତ୍ରିକୋଣୀୟ ଭଳି । ଏହା ୨୦୧୦ରେ ୫୩.୩ ମିଲିୟନ ଡ଼ଲାର ରେ ନିଲାମୀ ହୋଇଥିଲା ।
ଟେଟେ : ଏହି ମୂର୍ତ୍ତିକୁ ଇଟାଲୀୟ ସ୍ଥାପିତ ଆମେଡିଓ ମୋଦିଗ୍ଲିଆନୀ ଏକ ବଡ଼ ଲାଏମଷ୍ଟୋନ୍ ରେ ନିର୍ମିତ କରିଥିଲେ ।୨୦୧୦ ରେ ଏହାକୁ ଜଣେ ବ୍ୟକ୍ତିଗତ ସଂଗ୍ରାହକ ଭାବେ ୫୯.୫ ଡ଼ଲାର ଦେଇ କିଣିଥିଲେ ।ଏହି ମୂର୍ତ୍ତିଟି ଦେଖିବାକୁ ଆଦିବାସୀର ମୁଖା ପିନ୍ଧି ପଛକୁ କେଶ ବାନ୍ଧିଥିବା ଏକ ମହିଳା ।
ବେଲନ୍ ଡ଼ଗ୍ : ଜେଫ୍ କୁନ୍ ସାଧାରଣ ଜିନିଷକୁ ନେଇ ଅସାଧାରଣ ସ୍ଥାପତ୍ୟ ଗଢିବାରେ ଖୁବ ପ୍ରସିଦ୍ଧି ଲାଭ କରିଛନ୍ତି । ଉକ୍ତ ସ୍ଥାପତ୍ୟଟି ପାଲିଶଡ଼ ଷ୍ଟେନଲେସ ଷ୍ଟିଲରେ ତିଆରି । ଏହା ଦେଖିବାକୁ ଅବିକଳ ବେଲୁନ ତିଆରି କୁକୁର ଭଳି । ଏହିଭଳି ଭାବରେ ସେ ୬ଟି କୁକୁର ମୂର୍ତ୍ତି ତିଆରି କରିଛନ୍ତି ଓ ତାହା ଭିନ ଭିନ୍ନ ରଙ୍ଗର । କିନ୍ତୁ ଏହାର ଅରେଞ୍ଜ ବା କମଳା ରଙ୍ଗର ମୂର୍ତ୍ତିଟି ୫୮.୪ ମିଲିୟନ ଡ଼ଲାରରେ ବିକ୍ରି ହୋଇଛି ।
ମାଡାମ ଏଲ୍ଆର୍ : କନ୍ ଷ୍ଟାଣ୍ଟିନ୍ ବ୍ରାଙ୍କୁସିଙ୍କର ହେଉଛି ଏକ ଅଵଷ୍ଟ୍ରାକ୍ଟ କାଠର ସ୍ଥାପତ୍ୟ । ଯାହା ୩୭.୬ ମିଲିୟନ ଡ଼ଲାର ରେ ବିକ୍ରି ହୋଇଥିଲା ।
ନ୍ୟୁ ଡେ ଡ଼ସ୍ : ଫ୍ରାନ୍ସର ହେନରୀ ମାଟିସ୍ ଙ୍କ ସ୍ଥାପତ୍ୟ ଅନ୍ୟତମ ଅଟେ ।ସେ ମହିଳାଙ୍କ ପଚାଭାଗର ଚାରୋଟି ମୂର୍ତ୍ତି ଗଢ଼ିଥିଲେ । ଯାହା ୪୮.୮ ମିଲିୟନ ଡ଼ଲାର ରେ ବିକ୍ରି ହୋଇଥିଲା ।
ରିକ୍ଲାଇନିଂ ଫିଗର : ଏହାକୁ ହେନରୀ ମୁରେ ଗଢ଼ିଥିଲେ । ଏହି ମୂର୍ତ୍ତିଟି ଦେଖିବାକୁ ଭୂମି ଉପରେ ଥିବା ଜଣେ ମହିଳାଙ୍କ ଶରୀର ଭଳି ।୨୦୧୬ ରେ ଏହା ୩୩.୧ ମିଲିୟନ ଡ଼ଲାର ରେ ବିକ୍ରି ହୋଇଥିଲା ।
ଗୁଏନଲ୍ ଲାୟୋନେସ୍ : ଏହି ମୂର୍ତ୍ତିଟି ଇରାକର ବାଗ୍ଦାଦ୍ ରୁ ସଂଗୃହିତ ହୋଇଥିଲା ।ମୂର୍ତ୍ତିଟି ପ୍ରାୟ ୫୦୦୦ ବର୍ଷ ପୁରାତନ ଥିଲା । ମେସୋପଟାମିୟ ଲାଇମ୍ ଷ୍ଟୋନରେ ତିଆରି ମୂର୍ତ୍ତିଟି ଦେଖିବାକୁ ବଳିଷ୍ଠ ମାଂସପେଶୀ ଥିବା ଏକ ସିଂହୀ ମହିଳା ଭଳି ।୨୦୦୭ରେ ଏହାକୁ ଜଣେ ବ୍ୟକ୍ତିଗତ ସଂଗ୍ରାହକ ୫୭.୨ ମିଲିୟନ ଡ଼ଲାର ରେ କିଣିଥିଲେ ।
ଚ୍ୟୁଲିପ୍ସ : ଚ୍ୟୁଲିପ୍ସ ଦେଖିବାକୁ ବିରାଟକାୟ ଫୁଲତୋଡା ପରି ।କିନ୍ତୁ ଏହା ତିଆରି ପଲିଶ୍ଡ଼ ଷ୍ଟେନଲେସ ଷ୍ଟିଲରେ । ଓ ଏହାକୁ ବିଭିନ୍ନ ଟ୍ରାନସ୍ପରେଣ୍ଟ ରଙ୍ଗରେ ରଙ୍ଗାଯାଇଛି । ସ୍ଥାପତି ଜେଫ କୁନ୍ ଙ୍କର ' ସେଲିବ୍ରେସନ' ସିରିଜ ମଧ୍ୟରୁ ଏହା ଅନ୍ୟତମ ।ଓଜନଶୂନ୍ୟ ଲାଗୁଥିବା ଏହି ସ୍ଥାପତ୍ୟଟି ୨୦୧୨ ରେ ୩୩.୭ ମିଲିୟନ ଡ଼ଲାର ରେ ବିକ୍ରି ହୋଇଥିଲା ।
ଆଶା କରୁଛୁ ଆପଣଙ୍କୁ ଆମର ପୋଷ୍ଟ୍ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ
0 Comments