ମହାଳୟାରେ ପିତୃପୁରୁଷଙ୍କ ଆତ୍ମାଶାନ୍ତିର ପାଇଁ ଶ୍ରାଦ୍ଧ :
ମହାଳୟା ବା ସର୍ବ ପିତୃପୁରୁଷଙ୍କ ମୋକ୍ଷ ପାଇଁ ଅମାବାସ୍ୟାରେ ଅଶ୍ୱସ୍ଥ ବୃକ୍ଷ ମୂଳରେ ଜଳ ଅର୍ପଣ ଓ ଦୀପଟିଏ ଜଳାନ୍ତୁ ।
ଅଶ୍ୱସ୍ଥ ବୃକ୍ଷରେ ପିତୃପୁରୁଷ ବାସ କରିଥାନ୍ତି । ତେଣୁ ଏହିଦିନ ଅଶ୍ୱସ୍ଥ ବୃକ୍ଷକୁ ପୂଜା କଲେ ପିତୃପୁରୁଷଙ୍କ ଆତ୍ମା ଶାନ୍ତି ହୋଇଥାଏ।
ଏହିଦିନ ଅଶ୍ୱସ୍ଥ ବୃକ୍ଷ ପରିକ୍ରମା କରିବା ଦ୍ବାରା କୁଣ୍ଡଳୀରେ ଥିବା ଶନି, ରହୁ,ଓ କେତୁ ଦୁର ହୋଇଥାଏ ।
ଏହିଦିନ ଭଗବାନ ବିଷ୍ଣୁଙ୍କ ମନ୍ଦିରରେ ଧ୍ଵଜା ଲଗାଇବା ଦ୍ବାରା ଦେବୀ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୋଇଥାଏ ।
ମହାଳୟାରେ ଅନ୍ନଦାନ ଏବଂ ବ୍ରାହ୍ମଣ ଭୋଜନ ଦ୍ବାରା ପୂଣ୍ୟ ପ୍ରାପ୍ତି ହୋଇଥାଏ । ନଚେତ ଅଟା, ଫଳ, ଗୁଡ଼, ଓ ପନିପରିବା ଆଦି ବ୍ରାହ୍ମଣଙ୍କୁ ଦାନ କରନ୍ତୁ ।
ମହାଳୟା ଦିନ କୌଣସି ପବିତ୍ର ନଦୀରେ କଳା ରାଶି ଅର୍ପଣ କରି ତର୍ପଣ କଲେ ପିତୃପୁରୁଷ ପ୍ରସନ୍ନ ହୋଇଥାନ୍ତି ।
ଚାଉଳ ଅଟାରେ ୫ ଟି ପିଠା ତିଆରିକରି ,ଏକ ନାଲି କପଡ଼ାରେ ବାନ୍ଧି ନଦୀ ଜଳରେ ଭସାଇଦିଅନ୍ତୁ ।
ଅମାବାସ୍ୟା ଦିନ କଞ୍ଚା କ୍ଷୀରରେ ଯଅ, ରାଶି, ଏବଂ ଚାଉଳ ମିଶାଇ ନଦୀରେ ଭସାଇ ଦିଅନ୍ତୁ ।ଏହାକୁ ସୂର୍ଯ୍ୟ ଉଦୟ ସମୟରେ କରିବା ଦ୍ଵାରା ଉତ୍ତମ ଫଳ ମିଳିଥାଏ ।
ଅମାବାସ୍ୟା ଦିନ ମାଛଙ୍କୁ ଅଟା ଗୁଳା ଏବଂ ପିମ୍ପୁଡିଙ୍କୁ ମହୁ ମିଶା ଅଟା ଖାଇବାକୁ ଦିଅନ୍ତୁ ।
ଗୋବର ଘସି ଜଳାଇ ସେଥିରେ ଗୁଗ୍ଗୁଳ ସହିତ ଘିଅ-ଗୁଡ଼ ମିଶାଇ ଜଳାଇବା ଦ୍ବାରା ପିତୃପୁରୁଷ ପ୍ରସନ୍ନ ହୋଇଥାନ୍ତି ।
ଅମାବାସ୍ୟା ତିଥିରେ ଶାଣିଦେବଙ୍କ ନିମନ୍ତେ ରାଶି ଦାନ କରନ୍ତୁ ।ଓ ତାସହିତ କଳା ହରଡ଼, ଲୁହା ଓ କଳା କପଡା ଆଦି ଦାନ ମଧ୍ୟ କରାଯାଇପାରିବ ।
ଶିବ ଲିଙ୍ଗ ଉପରେ ଜଳ,କଳାରାଶି,ଏବଂ କ୍ଷୀର ଚଢାଇବା ଦ୍ବାରା ଶୁଭ ଫଳ ମିଳିଥାଏ ।
ଅମାବାସ୍ୟା ଦିନ କ୍ରୋଧ, କ୍ଲେଶ ଏବଂ କୌଣସି ପ୍ରକାରର ଅନୈତିକ କାର୍ଯ୍ୟ ଠାରୁ ଦୂରରେ ରହିବା ଆବଶ୍ୟକ ।
ପିତୃପକ୍ଷ ଅବସରରେ ଭୋକିଲାର ପେଟ ପୁରିଲେ ଅଶେଷ ପୂର୍ଣ ମିଳିଥାଏ। ଏହିଦିନ ଲୁଣ ଦାନକରିବା ମଧ୍ୟ ଭଲ ହୋଇଥାଏ ।
ଏହା ଦ୍ଵାରା ପିତୃପୁରୁଷ ଶୀଘ୍ର ପ୍ରସନ୍ନ ହାଇଥାନ୍ତି ।
ଆର୍ଥିକ ସମସ୍ୟା ନଥିଲେ ଏହିଦିନରେ ସୁନା, ରୂପା ଆଦି ଧାତୁ ବ୍ରାହ୍ମଣ କିମ୍ବା ଦାରିଦ୍ର୍ୟଙ୍କୁ ଦାନ କରିବା ଆବଶ୍ୟକ ।
ସୁନା ଦାନକରିବା ଦ୍ବାରା ପରିବାରରେ କଳହ- କ୍ଲେଶ ଆଦି ଦୁର ହାଇଥାଏ ।ରୂପା ଦାନ କରିବା ଦ୍ବାରା ପିତୃପୁରୁଷ ଆଶ୍ରିର୍ବାଦ ମିଳିଥାଏ ।
ଗୋଦାନ କରିବା ଦ୍ବାରା ସୁଖ ସମ୍ପତି ପ୍ରାପ୍ତ ହାଇଥାଏ ।ଭୂମି ଦାନ କରିବା ଦ୍ଵାରା ଆର୍ଥିକ ସ୍ୱଚ୍ଛଳତା ଆସିଥାଏ ।ଘିଅ ଦାନ କରିବା ଦ୍ବାରା ଶୁଭ ହୋଇଥାଏ ।ଗୁଡ଼ ଦାନ କରିବା ଦ୍ଵାରା ଦାରିଦ୍ର୍ୟ ଦୂର ହାଇଥାଏ ।
ଆଶା କରୁଛୁ ଆପଣଙ୍କୁ ଆମର ପୋଷ୍ଟ୍ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ
0 Comments