ଶୁଭମ ରାଓଙ୍କ ବୟସ ମାତ୍ର ୮ ବର୍ଷ । ଶୁଭମଙ୍କର ଘର ହେଉଛି ବ୍ରହ୍ମପୁର କୁଠାରୀ ମନ୍ଦିର ଲେନ୍ ।ଓ ସେ ବେଙ୍ଗାଲୁର ସ୍ଥିତ ବସିଲ ଉଡ଼ ଇଣ୍ଟରନ୍ୟାସନାଲ ସ୍କୁଲର ତୃତୀୟ ଶ୍ରେଣୀରେ ପଢ଼ନ୍ତି ।ଶୁଭମଙ୍କର ପିଲାଟିବେଳୁ ପବିତ୍ର ଭାଗବତ ଗୀତା ବହି ପ୍ରତି ମନରେ ଭକ୍ତି ଓ ଧ୍ୟାନ ରହିଅଛି ।

ଓ ଏଥିପାଇଁ ତାଙ୍କ ପିତାମାତା ମଧ୍ୟ ତାଙ୍କୁ ପ୍ରୋତ୍ସାହିତ କରିଛନ୍ତି ।
ଶୁଭମଙ୍କର ପିତା ଜଣେ ସଫ୍ଟୱେର ପ୍ରଫେସନଲ ହୋଇଥିବାରୁ ,ସେଥିପାଇଁ ସେ ଓଡ଼ିଶାର ବାହାରେ ରୁହନ୍ତି ।


୮ବର୍ଷ ବୟସରେ ଶୁଭମ ଅନର୍ଗଳ ଭାଗବତ ଗୀତା ମନରୁ ଗାଇ ପାରନ୍ତି ଓ ଉଚ୍ଚାରଣ ମଧ୍ୟ କରିପାରନ୍ତି ଏବଂ ତାହା ପୁଣି ସବୁ ଶ୍ଲୋକ ନିର୍ଭୁଲ ଭାବରେ ।

ଶୁଭମ ଓ ତାଙ୍କ ପିତାମାତା ସପ୍ତାହରେ ଥରେ ଇସ୍କନ ମନ୍ଦିର ଯାନ୍ତି ଓ ସେଠାରେ ସେ କୃଷ୍ଣ ଭଗବାନ ଭକ୍ତିରେ ଲୀନ ହୋଇ କୀର୍ତ୍ତନ ଏବଂ ଭାଗବତ ଗୀତା ପାରାୟଣ କରିଥାନ୍ତି ।

ସେଥିପାଇଁ ସେ ଭାଗବତ ଗୀତା ପ୍ରତି ଆଗ୍ରହ ପ୍ରକାଶ କରିବା ସହିତ ତାକୁ ଅଧ୍ୟୟନ କରନ୍ତି ଓ ତାହା ମୁଖସ୍ତ ମଧ୍ୟ କରିଥାନ୍ତି ।


ପ୍ରଖର ଶ୍ରୁତି ଶକ୍ତି ଯୋଗୁଁ ଦୀର୍ଘ ଶ୍ଲୋକ ମଧ୍ୟ ଅନାୟାସରେ ମନସ୍ଥ କରି ଉଚ୍ଚାରଣ କରିପାରନ୍ତି ।
ଶୁଭମଙ୍କର ଏଭଳି ଆଗ୍ରହକୁ ଦେଖି ବିଭିନ୍ନ ପ୍ରକାରର ସାମାଜିକ ଗଣମାଧ୍ୟମରେ ଏହାର ଭିଡିଓ ସବୁ ଭାଇରଲ ହେବା ସହ ତାଙ୍କୁ ପ୍ରଶଂସା ମଧ୍ୟ କରାଯାଉଛି ।

ଆଶା କରୁଛୁ ଆପଣଙ୍କୁ ଆମର ପୋଷ୍ଟ୍ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ