ବୟସ ହେବା ସଙ୍ଗେ ସଙ୍ଗେ ମହିଳାମାନଙ୍କୁ ଅନେକ ପ୍ରକାରର ସମସ୍ୟା ଦେଖା ଦେଇଥାଏ । ଯେପରିକି ତ୍ୱଚାରୁ ଚମକ ଚାଲିଯିବା ତ୍ୱଚାରେ ଭାଙ୍ଗ ପଡିଯିବା ଇତ୍ୟାଦି

ମହିଳାମାନଙ୍କୁ ୩୦ ବୟସ ହେବାପରେ ସେମାନଙ୍କର ମୁଖ୍ୟ ସମସ୍ୟା ହେଉଛି ତ୍ୱଚାରେ ଭାଙ୍ଗ ପଡିବା । ସେଥିପାଇଁ ମହିଳାମାନେ ନାମିଦାମୀ କମ୍ପାନୀର କ୍ରିମ କିମ୍ବା ବ୍ୟୁଟି ପାର୍ଲରରେ ନିଜର ତ୍ୱଚାର ଉପଚାର କରନ୍ତି ।

କିନ୍ତୁ ନାମିଦାମୀ କମ୍ପାନୀର କ୍ରିମ କିମ୍ବା ବ୍ୟୁଟି ପାର୍ଲରରେ ନିଜର ତ୍ୱଚାର ଉପଚାର କରିବା ପୂର୍ବରୁ ନିଜର ସୌନ୍ଦର୍ଯ୍ୟ ପାଇଁ ଘରେ ପ୍ରସ୍ତୁତି କରନ୍ତୁ କିଛିଟା ଘରୋଇ ଉପଚାର ।


୧) ଭିଟାମିନ ଏ ଓ ଇ ଯୁକ୍ତ କଦଳୀ ଆମ ତ୍ୱଚା ପାଇଁ ଖୁବ ଭଲ ହୋଇଥାଏ ଓ ପ୍ରଭାବ ମଧ୍ୟ ପକାଇଥାଏ

ପାଚିଲା କଦଳୀକୁ ଭଲଭାବରେ ଚକଟି ସେଥିରେ ୧ ଚାମଚ ମହୁ ଓ ଗୋଲାପ ଜଳ ମିଶାଇ ଏକ ପ୍ୟାକ୍ ତିଆରି କରନ୍ତୁ ।

ଏବେ ସେହି ପ୍ୟାକ୍ କୁ ତ୍ୱଚାରେ ଲଗାଇ ୩୦ ମିନିଟ ପରେ ଧୋଇନେବେ । 

ଏହାକୁ ସପ୍ତାହରେ ଥରେ ବ୍ୟବହାର କଲେ ଏହାର ପ୍ରଭାବ ପଡିଥାଏ ।

୨) କଫି ପାଉଡର ତ୍ୱଚା ପାଇଁ ଅତ୍ୟନ୍ତ ଭଲ ହୋଇଥାଏ

କଫି ପାଉଡର ତ୍ୱଚା ପାଇଁ ଏକ ଭଲ ସ୍କ୍ରବ ହେବା ସହିତ ଏହା ତ୍ୱଚାର ମୂର୍ତ୍ତକୋଷକୁ ବାହାର କରିଥାଏ ।ଏବଂ ତ୍ୱଚାରେ ଚମକ ଆଣିଥାଏ ।

କଫି ଗୁଣ୍ଡ ତ୍ୱଚାର ଭାଙ୍ଗ ଦୁରକରିବାରେ ମଧ୍ୟ ସାହାଯ୍ୟ କରିଥାଏ ।


୧ ରୁ ୨ ଚାମଚ କଫି ଗୁଣ୍ଡରେ ଅଳ୍ପ ନଡ଼ିଆ ତେଲ ମିଶାଇ ତାହାକୁ ହାତ, ପାଦ, ଓ ତ୍ୱଚାରେ ଲଗାଇ ୧୫ ମିନିଟ ପର୍ଯ୍ୟନ୍ତ ମାଲିସ କରନ୍ତୁ ଓ ତାପରେ ଧୋଇନେବେ ।

ପ୍ରତି ୨ ଦିନରେ ଥରେ ଏହି ପ୍ୟାକ୍ କୁ ଲଗାଇବା ଦ୍ବାରା ଲାଭ ମିଳିଥାଏ ।

୩) ହଳଦୀ ଓ ବେଶନ ଲଗାଇବା ଦ୍ବାରା ତ୍ୱଚାର ଭାଙ୍ଗ ଦୂର ହୋଇଥାଏ । ଏବଂ ସୂର୍ଯ୍ୟ ରଶ୍ମି ଦ୍ବାରା ହୋଇଥିବା ଟାନ ଦୂର ହୋଇଥାଏ ।

ହଳଦୀ ୧ ଚାମଚ, ବେଶନ ୧ ଚାମଚ ଓ ସେଥିରେ ଦହି ୧ ଚାମଚକୁ ମିଶାଇ ପ୍ୟାକ୍ ପ୍ରସ୍ତୁତି କରନ୍ତୁ ଓ ଏହାକୁ ପ୍ରତି ୨ ଦିନରେ ବ୍ୟବହାର କରିବା ଦ୍ବାରା ଏହାର ଲାଭ ମିଳିଥାଏ ।

ହଳଦୀ ଓ ବେଶନ ଲଗାଇବା ଦ୍ବାରା ତ୍ୱଚାରେ ଚମକ ମଧ୍ୟ ଆସିଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋଷ୍ଟ୍ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ