ଡକ୍ଟରଙ୍କ ପରାମର୍ଶ ବିନା ଔଷଧ ସେବନ କରୁଥିଲେ , ଜାଣି ନିଅନ୍ତୁ କିଛି କଥା
ମଣିଷ ଜୀବନରେ ବହୁତ ପ୍ରକାରର ସମସ୍ୟା ଆସିଥାଏ ।ସେ ମଧ୍ୟରୁ ସ୍ୱାସ୍ଥ୍ୟ ସମସ୍ୟା ଅନ୍ୟତମ ।କୌଣସି ସ୍ୱାସ୍ଥ୍ୟ ସମସ୍ୟା ହେବା ମାତ୍ରେ ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ଖାଇବା ଅନେକଙ୍କ ଅଭ୍ୟାସ ରହିଥାଏ ।
କିନ୍ତୁ ଏପରି କରିବା ଦ୍ବାରା ଯଦିଓ ଉକ୍ତ ସମସ୍ୟା ରୁ ଆରାମ ମିଳିଥାଏ ତାହା କେବଳ ସେହି ସମୟ ପାଇଁ ହେଲେ ପରବର୍ତ୍ତୀ ସମୟରେ ଏହା ଆମକୁ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଇଥାଏ ।ଆସନ୍ତୁ ଜାଣିବା ସେ ସମ୍ପର୍କରେ :
ମୁଣ୍ଡବିନ୍ଧା :
ଆଜିର ଦୁନିଆରେ ବିଭିନ୍ନ କାରଣରୁ ଆମ ମୁଣ୍ଡବିନ୍ଧି ଥାଏ ,ହେଲେ ଆମେ ବୁଝିନଥାଉ । ଆମେମାନେ ସାଧାରଣଭାବରେ ଭାବନ୍ତି କି ଥଣ୍ଡା କିମ୍ଵା କୌଣସି କାରଣ ରୁ ମୁଣ୍ଡବ୍ୟଥା ହେଉଛି । ସେଥିପାଇଁ ଆମେ ଡାକ୍ତରଙ୍କ ବିନା ପରାମର୍ଶରେ ବାରମ୍ବାର ପେନକିଲର ଖାଇଥାଉ । କିନ୍ତୁ ତାହା ଖାଇବା ଦ୍ବାରା ଆମେ କିଛି ସମୟ ପାଇଁ ଆରାମ ପାଇଥାଉ କିନ୍ତୁ ତାହା ପରବର୍ତ୍ତୀ ସମୟରେ ଆମକୁ ବହୁତ କଷ୍ଟ ଦେଇଥାଏ । ତାହା ହେଲା ଅଧିକ ନିଦ ହେବା,ନିଦ ନ ହେବା,ଦୁର୍ବଳତା ଅନୁଭବ କରିବା,ଓଜନ ବୃଦ୍ଧି, ଭୋକ ନ ଲାଗିବା,କୋଷ୍ଠକାଠିନ୍ୟ ଭଳି ଅନେକ ସମସ୍ୟା ଦେଖା ଦେଇଥାଏ ।
ଥଣ୍ଡା :
ବର୍ତ୍ତମାନ ର ପରିସ୍ଥିତି ହେଉ କିମ୍ବା ପାଣିପାଗ ର ପରିବର୍ତ୍ତନ କାରଣରୁ ପ୍ରାୟ ଅଧିକାଂଶ ଙ୍କୁ ଥଣ୍ଡା, ଜ୍ଵର,କଫ,କାଶ ଭଳି ଅନେକ ସମସ୍ୟା ଦେଖା ଦେଇଥାଏ । ଯେଉଁଥିରୁ ରକ୍ଷା ପାଇବା ପାଇଁ ଆମେ ଔଷଧ ଉପରେ ନିର୍ଭର କରିଥାନ୍ତି । ହେଲେ ଆପଣ ଜାଣନ୍ତି କି,ଡାକ୍ତର ଙ୍କ ବିନା ପରାମର୍ଶ ରେ ଏଭଳି ମେଡ଼ିସିନ ଖାଇବା ଦ୍ବାରା ବେଳେ ବେଳେ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ଅନେକ ସମସ୍ୟା ଦେଖା ଦେଇଥାଏ । ଅଧିକ ମେଡ଼ିସିନ ଖାଇବା ଦ୍ବାରା ଦୁର୍ବଳତା, ନିଦ୍ରାହୀନତା,ମୁଣ୍ଡବିନ୍ଧା, ନାକ,ପାଟି ଶୁଖିବା ଭଳି ସମସ୍ୟା ଦେଖା ଦେଇଥାଏ। ସେଥିପାଇଁ ଡାକ୍ତର ଙ୍କ ପରାମର୍ଶରେ ଠିକ ରୋଗର ଠିକ ମେଡ଼ିସିନ ନେବା ନିହାତି ଦରକାର ହୋଇଥାଏ ।
ପେଟ ଯନ୍ତ୍ରଣା :
ପେଟ ଯନ୍ତ୍ରଣା ହେବ ମାତ୍ରେ ଆମେ ସାଧାରଣତଃ ଏସିଡିଟି କିମ୍ବା ଗ୍ୟାସ୍ ହେଉଛି ଭାବି ଆଣ୍ଟସିଡି୍ ଖାଇଥାଉ । କେବେ କେବେ ଅବଶ୍ୟକତା ଥିଲେ ଏହା କୁ ଖାଇବା ଆବଶ୍ୟକ । ହେଲେ ପେଟ ଯନ୍ତ୍ରଣା ର ଠିକ କାରଣ ନ ଜାଣି ଆଣ୍ଟସିଡି୍ ଖାଇବା ଦ୍ବାରା ଅନେକ ସମସ୍ୟା ଦେଖା ଦେଇଥାଏ। ଯେପରିକି ହଜମ ପ୍ରକ୍ରିୟା ରେ ପ୍ରଭାବ ଦେଇଥାଏ। ଫଳ ରେ ଠିକ ଭବରେ ଖାଦ୍ୟ ହଜମ ହୁଏନାହିଁ ଏବଂ ଶରୀର କୁ ଆବଶ୍ୟକ ମାତ୍ରରେ ପୋଷକତତ୍ତ୍ୱ ମିଳିପାରେ ନାହିଁ ।ଏହା ମଧ୍ୟ କିଡ୍ନୀ ଷ୍ଟୋନ,ପେପ୍ଟିକ୍ ଅଲସର୍, ଅର୍ଶ,ଆଦିର ଆଶଙ୍କା ବୃଦ୍ଧି କରିଥାଏ ।
ଅନିଦ୍ରା :
ବର୍ତ୍ତମାନର କାର୍ଯ୍ୟବ୍ୟସ୍ତତା ଯୋଗୁଁ ଜୀବନ ଶୈଳୀ ରେ ବହୁତ ପରିବର୍ତ୍ତନ ଆସିଥାଏ । ଯାହା ଫଳରେ କେତେକଙ୍କୁ ରାତି ରେ ଭଲ ନିଦ ଆସିନଥାଏ କିମ୍ବା ଅଧିକ ରାତି ରେ ନିଦ ଆସିବା ଭଳି ସମସ୍ୟା ଦେଖାଦେଉଛି । ଏହାକୁ ଦୂର କରିବା ପାଇଁ କେହି କେହି ନିଦ ଔଷଧ ସେବନ କରିଥାନ୍ତି ।ହେଲେ ଏହା କୁ ଅଧିକ ଖାଇବା ଦ୍ବାରା ଆପଣଙ୍କ ର ପ୍ରାକୃତିକ ନିଦ ରେ ବାଧା ସୃଷ୍ଟି ହୋଇଥାଏ ଏବଂ ନିଦ ପାଇଁ ସର୍ବଦା ମେଡ଼ିସିନ ଉପରେ ନିର୍ଭର କରିବାକୁ ପଡିଥାଏ ।ଏମିତି ବାରମ୍ବାର କରିବା ଦ୍ୱାରା ଆପଣ ଙ୍କୁ ଡିପ୍ରେସନ ରୋଗ ହେବାର ଆଶଙ୍କା ରହିଥାଏ।
ଆଶା କରୁଛୁ ଆପଣଙ୍କୁ ଆମର ପୋଷ୍ଟ୍ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ
0 Comments