ଜାପାନର ଟ୍ରାନ୍ସପରେଣ୍ଟ ଟଏଲେଟ
ଅନେକ ସମୟରେ ଆମେ ବାହାରକୁ ବୁଲିଗଲା ବେଳେ ସର୍ବସାଧାରଣଙ୍କ ପାଇଁ ଥିବା ପାଇଖାନାକୁ ବ୍ୟବହାର କରିଥାନ୍ତି ।
କିନ୍ତୁ ପ୍ରାୟ ଦେଖାଯାଇଥାଏ ଯେ ସେହି ପାଇଖାନା ଗୁଡିକ ମଧ୍ୟରୁ ଅନେକ ଅପରିଷ୍କାର ହେଇଥାଏ ଆଉ ଦୁର୍ଗନ୍ଧ ଦେଇଥାଏ ।
ଆମେ ତାହା କେବଳ ପାଇଖାନା ଭିତରକୁ ଗଲେ ହିଁ ଜାଣିପାରନ୍ତି ।
ହେଲେ ଜାପାନର ରାଜଧାନୀ 'ଟୋକିଓ'ର କିଛି ପାର୍କରେ ଏମିତି କିଛି ପାଇଖାନା ର କରାଯାଇଛି ଯାହାକୁ ବାହାରୁ ଥାଇ ମଧ୍ୟ ଭିତରର ଅବସ୍ଥା ଦେଖିହେବ । ଯାହାଦ୍ୱାରା ଆପଣ ନିଶ୍ଚିତ ହେଇଯିବେ ଯେ ସେଇ ପାଇଖାନାର ବ୍ୟବହାର କରିବେ ନା ନାହିଁ ।
ସବୁଠୁ ମଜାର କଥା ଆପଣ ସେହି ପାଇଖାନା ବ୍ୟବହାର କରୁଥିବା ସମୟରେ ବାହାରୁ କେହି ଆପଣଙ୍କୁ ଦେଖିପାରିବେ ନାହିଁ ।
ଏହି ଟ୍ରାନ୍ସପରେଣ୍ଟ ଟଏଲେଟ ର କାନ୍ଥର କାଚ ଗୁଡିକର ଡିଜାଇନ କରିଛନ୍ତି ଆର୍କିଟେକ୍ଟ "ସିଗେରୁ ବେନ" ।
ଆଶା କରୁଛୁ ଆପଣଙ୍କୁ ଆମର ପୋଷ୍ଟ୍ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ
0 Comments