ପିଲାଙ୍କୁ ଅନଲାଇନରେ ପାଠ ପଢ଼େଇବା ପାଇଁ ଗଛ ଉପରେ ମଞ୍ଚା ତୋଳିଲେ ଶିକ୍ଷକ
ଆଜିର ଯୁଗରେ ଶିକ୍ଷକ ଠାରୁ ବଡ ବୋଲି କିଛି ନାହିଁ। ଠିକ ଭାବରେ ଶିକ୍ଷା ପାଇପାରୁଥିବା ଶିଶୁ ଟେ ହିଁ ଜିବନ ରେ ଉନ୍ନତି କରିପାରିଥାଏ ।ଆଉ ଏହି ଉନ୍ନତି ପାଇଁ ସହାୟକ ହୋଇଥାନ୍ତି ଜଣେ ଶିକ୍ଷକ।ଶିକ୍ଷକ ଦେଶ ଉନ୍ନତି ର ମୂଳଦୁଆ ଅଟନ୍ତି ଓ ତିଆରି କରନ୍ତି ଏକ ସୁନ୍ଦର ଭବିଷ୍ୟତ।
ନିଜର ଅସୁବିଧା କୁ ପଛରେ ପକେଇ ଅବିରତ ଭାବରେ ଶିକ୍ଷା ପ୍ରଦାନ କାର୍ଯ୍ୟ ରେ ଆଗେଇ ଚାଲିଥାନ୍ତି । ସେହି ଭଳି ଜଣେ ଶିକ୍ଷକ ହେଉଛନ୍ତି କଲିକତା ର ସୁବ୍ରତ ପତି । ଯିଏ କି ବର୍ତ୍ତମାନ ସୋସିଆଲ ମେଡ଼ିଆ ରେ ଚାଞ୍ଚଲ୍ୟ ସୁଷ୍ଟି କରିଛନ୍ତି କିପରି ପିଲାଙ୍କୁ ପ୍ରଶିକ୍ଷଣ ଦେବେ ।
ବର୍ତ୍ତମାନ ର ଲକଡାଉନ ପରିସ୍ଥିତି କୁ ନେଇ ସେ ନିଜ ଗାଁ ଅହନ୍ଦା କୁ ଫେରିଯାଇଥିଲେ । କିନ୍ତୁ ପିଲାଙ୍କ ପଢା କୁ ନେଇ ସେ ବ୍ୟସ୍ତ ଥିଲେ, ଓ ସେ ଅନଲାଇନରେ ପଢ଼ାଇବା ଆରମ୍ଭ କଲେ । କିନ୍ତୁ ମୋବାଇଲ ନେଟୱର୍କ ରେ ବାରମ୍ବାର ଅସୁବିଧା ସୃଷ୍ଟି ହେଉଥିବାରୁ, ସେ ଏମିତି ଏକ ଉପାୟ ଚିନ୍ତା କଲେ, ଯାହା ଏକ ପ୍ରକାର ଅଦ୍ଭୁତ ଉପାୟ ଥିଲା ।
ସେ ଏମିତି କିଛି କଲେ ଯାହା ଆଜି ଯାକେ କେହି କରିନାହାନ୍ତି । ସେଥି ପାଇଁ ସେ ଏବେ ବହୁ ଚର୍ଚ୍ଚା ରେ ।
ସେ ଏକ ଉଚ୍ଚା ନିମ୍ବ ଗଛ ରେ ଚଢ଼ି ଏକ ମଞ୍ଚା ପ୍ରସ୍ତୁତ କଲେ,ଯେଉଁ ଠାରେ ନେଟୱର୍କ ଆସୁଥିଲା ଓ ସେ ଅନ୍ଲାଇନେ ଶିକ୍ଷା ପ୍ରଦାସନ କଲେ
ବିନା ବାଧା ରେ । ସେ ଦିନ କୁ ଦୁଇ ଘଣ୍ଟା ଶିକ୍ଷା ପ୍ରଦାନ କରୁଥିଲେ ।
ସୁବ୍ରତ ପତି ଏପରି ଏକ ଶିକ୍ଷକ ଯିଏ କି ଅସହ୍ୟ ଖରା ରେ ମଧ୍ୟ ପିଲାଙ୍କ ପାଠ ପଢା ପାଇଁ ସବୁକିଛ ଭୁଲି ଯାଇ ପିଲାଙ୍କ ଭଲ ଶିକ୍ଷା ଦେବାରେ ଅଗ୍ରସର ହେଇଛନ୍ତି । ଯଦିଓ ବର୍ଷା ଯୋଗୁଁ କିମ୍ବା କୋୖଣସି କାରଣ ରୁ ତାଙ୍କର ମଞ୍ଚା ଭାଙ୍ଗିଯାଇଥାଏ ତେବେ ସେ ପୁନର୍ବାର ମଞ୍ଚା ତିଆରି କରି ପିଲାଙ୍କୁ ଅନ୍ ଲାଇନ ଶିକ୍ଷା ଦେଇଥାନ୍ତି ।ଏବଂ ସେ ନିଜ ସାଥିରେ ପାଣି ଓ ଖାଦ୍ୟର ବି ବ୍ୟବସ୍ଥା ରଖିଥାନ୍ତି ।
ତେଣୁ ଆଜି ର ଦୁନିଆ ରେ ଏମିତି କିଛି ଶିକ୍ଷକ ଅଛନ୍ତି ଯେଉଁ ମାନେ ପିଲାଙ୍କ ର ଭବିଷ୍ୟତ ପାଇଁ ନିଜର ସବୁପ୍ରକାର ବାଧା କୁ ଭୁଲି ଯାଇ ପିଲାଙ୍କ ଭବିଷ୍ୟତ ପାଇଁ ଆଗେଇ ଆସନ୍ତି ।ଧନ୍ୟ ସେ ଶିକ୍ଷକ ଓ ଶିକ୍ଷୟତ୍ରୀ, ସମସ୍ତ ଙ୍କୁ ମୋର ଭୂମିଷ୍ଠ ପ୍ରଣାମ ।ସେମାନଙ୍କ ପାଇଁ ଆଜି ଏ ଦେଶର ଉନ୍ନତି ।
ଆଶା କରୁଛୁ ଆପଣଙ୍କୁ ଆମର ପୋଷ୍ଟ୍ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ
0 Comments