ଅଦ୍ଭୂତ ଦ୍ବୀପ ଯେଉଁଠାକୁ ସ୍ତ୍ରୀ ଲୋକ ଯିବା ମନା
ଜାପାନରେ ଏକ ଦ୍ବୀପ ଅଛି , ଯାହାର ନାଁ ହେଉଛି "ଓକିନୋସିମା" । ଯେଉଁ ଦ୍ୱୀପ ସହ ରହିଛି ଅନେକ ରୋଚକ ତଥ୍ୟ । ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ଦ୍ବୀପକୁ ମହିଳା ମାନଙ୍କୁ ଆସିବା ମନା ଏବଂ କଡ଼ା ନିୟମ ଭିତରେ ଯାତାୟତ କରିବାକୁ ହେଇଥାଏ ପୁରୁଷ ମାନଙ୍କୁ ।
Photo by Ingo Joseph from Pexels
ଏକା ସାଥିରେ କେବଳ ୨୦୦ ପୁରୁଷ ସେଠାକୁ ଯାଇ ପାରିବେ ।
ପ୍ରଥମେ ସେମାନଙ୍କୁ ଉଲଗ୍ନ ହେଇ ସ୍ନାନ କରିବାକୁ ପଡିଥାଏ ଓ ଫେରିଲାବେଳେ ସେଠାରୁ କିଛିବି ଆଣିବାପାଇଁ ସମ୍ପୂର୍ଣ ମନା ଥାଏ । ଏପରିକି ସେମାନେ କାହାକୁ କହିବେ ନାହିଁ ଯେ ସେମାନେ କେବେ ସେଠାକୁ ଯାଇଥିଲେ ବୋଲି।
ଏହି ଦ୍ବୀପ ହେଉଛି ୭୦୦ ବର୍ଗ ମିଟରର ଯାହା ନବମ ଶତାବ୍ଦୀ ପର୍ଯ୍ୟନ୍ତ କୋରିଆ ଆଉ ଚାଇନା ମଧ୍ୟରେ ବାଣିଜ୍ୟର କେନ୍ଦ୍ରବିନ୍ଦୁ ଥିଲା ।
ଏଠାରେ ଏକ ଦେବୀ ମନ୍ଦିର ମଧ୍ୟ ଅଛି ଯେଉଁଠି ସମୁଦ୍ର ଦେବୀଙ୍କୁ ପୂଜା କରାଯାଏ । ଧାର୍ମିକ ଦୃଷ୍ଟିରୁ ଏହି ଦ୍ବୀପକୁ ଅତି ପବିତ୍ର ମନାଯାଏ ଓ ଅନେକ ନିୟମ ମାନ ମଧ୍ୟ ପାଳନ କରାଯାଏ ।
ଆଶା କରୁଛୁ ଆପଣଙ୍କୁ ଆମର ପୋଷ୍ଟ୍ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

0 Comments