ପରିବାର ର ସୁଖ-ଶାନ୍ତି ଓ ସମୃଦ୍ଧି ପାଇଁ କିଛି ଗୁରୁତ୍ୱ ପୂର୍ଣ୍ଣ କଥା
ପରିବାର ର ସୁଖ-ଶାନ୍ତି ପାଇଁ ନଜର ରଖିବା କୁ ହୋଇଥାଏ କିଛି ଗୁରୁତ୍ୱ ପୂର୍ଣ୍ଣ କଥା।
- ଯେପରିକି ସର୍ବଦା ଘରର ଦ୍ୱାର ଉତ୍ତର ପୂର୍ବ ଦିଗରେ ରହିବା ଆବଶ୍ୟକ ।
- ଘରର ଉତ୍ତର ପୂର୍ବ କୋଣରେ ପୂଜା ଗୃହ ରଖିବା ଦରକାର ।
Photo by Binyamin Mellish from Pexels
- ଘରେ ସକାରାତ୍ମକ ଉର୍ଜା ସ୍ଥାପନ କରିବା ପାଇଁ ଘରକୁ ସର୍ବଦା ଆଲୋକିତ ରଖିବା ଆବଶ୍ୟକ।
- ଘରର ମୁଖ୍ୟ ଦ୍ୱାର ରେ ଗଣେଶ ଙ୍କ ମୂର୍ତ୍ତି ବା ଫୋଟୋ ରଖିବା ଦ୍ଵାରା ଘର ମଧ୍ୟରେ ସକାରାତ୍ମକ ଶକ୍ତି ବଜାୟ ରହିଥାଏ ।
- ରୋଷେଇ ଘର ସମ୍ମୁଖରେ କଦାପି ସ୍ନାନଗୃହ ରଖିବା ଉଚିତ ନୁହଁ।
- ରୋଷେଇ ଘରେ ସର୍ବଦା ଧଳା ଓ ହାଲକା ରଙ୍ଗ ବ୍ୟବହାର କରିବା ଉଚିତ।
- ଶୟନ କକ୍ଷ ରେ ମଧ୍ୟ ସର୍ବଦା ହାଲକା ରଙ୍ଗ ବ୍ୟବହାର କରିବା ଉଚିତ ।
- ଅଦରକାରୀ ଜିନିଷପତ୍ରକୁ ଖଟ ଗଦି ତଳେ କିମ୍ବା ଘରେ ରଖିବା ଉଚିତ ନୁହେଁ । ଏହା କରିବା ଦ୍ୱାରା ପରିବାର ର ପ୍ରଗତି ରେ ବାଧା ସୃଷ୍ଟି ହୋଇଥାଏ।
- ପିଲାମାନଙ୍କ ପାଠପଢା ରେ ଉନ୍ନତି ପାଇଁ ଘରର ପୂର୍ବ ଦିଗରେ ପଢା ଟେବୁଲ କୁ ରଖିବା ଆବଶ୍ୟକ।
- ପିଲାମାନଙ୍କ ଶୟନ କକ୍ଷ କୁ ହାଲକା ପିଙ୍କ ରଙ୍ଗ ଦେବା ଦ୍ଵରା ଭଲ ନିଦ୍ରା ହେବ ସଙ୍ଗେ ସଙ୍ଗେ ମନରୁ ଦୁଶ୍ଚିନ୍ତା ଦୂର ହେଇଥାଏ।
- ଘର ର ଉତ୍ତର ପୂର୍ବ ଦିଗରେ ଏକ ମନି ପ୍ଲାଣ୍ଟ ଲଗେଇବା ଦ୍ଵାରା ଘର ମଧ୍ୟରେ ସକାରତ୍ମକ ଶକ୍ତି ସଞ୍ଚାର ହେବା ସହ ଆର୍ଥିକ କ୍ଷେତ୍ରରେ ମଧ୍ୟ ସୁଦୃଢ ହୋଇଥାଏ।
- ଘରର ଦକ୍ଷିଣ-ପଶ୍ଚିମ ଦିଗରେ କାଠ ଫ୍ରେମରେ ନିଜ ପରିବାର ର ଫଟୋ ଟାଙ୍ଗିବା ଦ୍ବାରା ପରିବାର ସଦସ୍ୟ ଙ୍କ ମଧ୍ୟରେ ସୁନ୍ଦର ସମ୍ପର୍କ ବଜାୟ ରହିଥାଏ।
- ଘରର ଉତ୍ତର-ପୂର୍ବ ଦିଗରେ କୈଣସି ସୁନ୍ଦର ପେଣ୍ଟିଙ୍ଗ ଲଗାଇବା ଦ୍ଵାରା ନୂତନ ଯୋଜନା ପ୍ରସ୍ତୁତ କରିବା ର ପ୍ରେରଣା ମିଳିଥାଏ।
ଆଶା କରୁଛୁ ଆପଣଙ୍କୁ ଆମର ପୋଷ୍ଟ୍ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ
0 Comments