ନିଜକୁ ଫିଟ ଓ ସୁସ୍ଥ ରଖିବା ପାଇଁ ସମସ୍ତେ ନିଜ ଜୀବନରେ କିଛି ନା କିଛି ଉପାୟ କରିଥାନ୍ତି । କିଏ ଜିମ୍ ଯାଏତ କିଏ ଡାଇଟିଂ କରେ ।

କିନ୍ତୁ  ଆପଣମାନେ ଜାଣନ୍ତିକି  ନିଜକୁ ଫିଟ ଓ ସୁସ୍ଥ ରଖିବା ପାଇଁ ଏମିତି କିଛି ଜୁସ୍ ରହିଛି ଯାହା ପିଇବା ଦ୍ବାରା ଆମର ବହୁତ ଉପକାର ହୋଇଥାଏ ।

ସେ ମଧ୍ୟରୁ କଲରା ଏମିତି ଏକ ଜୁସ୍ ଯାହାକୁ କି ନିତି ଦିନ ପିଇବା ଦ୍ବାରା ଆମ ସ୍ୱାସ୍ଥ୍ୟ ଏବଂ ଚର୍ମ ରେ ବହୁତ ଭଲ ପ୍ରଭାବ ପକାଇଥାଏ । ଛୋଟ ପିଲା ହେଉ କି ବଡ଼ ପିଲା ହେଉ ସମସ୍ତେ କଲରା ନା ଶୁଣିବା ମାତ୍ରେ ନାକ ଟେକିଥାନ୍ତି ଆଉ କେହି କେହି ତ କଲରା ଖାଆନ୍ତି ନାହିଁ ।


କାରଣ କଲରା ଖାଇବା କୁତ ପିତା, ନା ଏହାର ରୂପ ଅଛି ନା ଆକାର ରେ କୌଣସି ଆକର୍ଷଣୀୟ ରହିଛି । ହେଲେ ଏହା ଦେହ ପାଇଁ ଯେତିକି ହିତକାରୀ ସେତିକି ଗୁରୁତ୍ୱପୂର୍ଣ୍ଣ ଅଟେ ମଧ୍ୟ। 

ତେବେ ଆସନ୍ତୁ ଜାଣିବା ଏହା କ'ଣ ପ୍ରଭାବ ପକାଇଥାଏ ଆମ ସ୍ୱାସ୍ଥ୍ୟ ରେ :

୧) ଏଥିରେ ପ୍ରଚୁର ପରିମାଣରେ ଫସଫରସ ରହିଥାଏ ଓ ଏହା ପାଚନ ପ୍ରକ୍ରିୟା କୁ ଦୃଢ କରେ ଓ କୋଷ୍ଠକାଠନ ରୋଗୀ ପାଇଁ ଉପକାରୀ ଅଟେ ।


୨) ଯଦି ଆପଣଙ୍କ ର ଶ୍ବାସ  ଜନିତ କୌଣସି ସମସ୍ୟା ଅଛି ତେବେ  କଲରାକୁ ବିନା ତେଲ, ମସଲା ଖାଦ୍ୟ ସହିତ ନିୟମିତ ଖାଇବା ଉଚିତ୍ । 


୩) କଲରା ଜୁସ୍ ପିଇବା ଦ୍ବାରା ଯକୃତଜନିତ ଏକାଧିକ ସମସ୍ୟା ଦୂର ହୋଇଥାଏ ।


୪) ଝାଡ଼ାବାନ୍ତିରେ ପୀଡ଼ିତ ଲୋକଙ୍କୁ କଲରା ଜୁସ୍ ସହିତ ସେଥିରେ କଳା ଲୁଣ ମିଶାଇ ପିଇବାକୁ ଦେଲେ ସେଥିରୁ ଉପଶମ ବା ଆରାମ ମିଳିଥାଏ ।


୫) କଲରା ଓ କଲରା ପତ୍ର କୁ ପାଣି ରେ ଶିଝାଇ ଉକ୍ତ ପାଣି କୁ ପିଇବା ଦ୍ବାରା ଦେହରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହିତ ଶରୀର ରେ ବିଭିନ୍ନ ପ୍ରକାର ର ସଂକ୍ରମଣ ର ଆଶଙ୍କା ଦୂର ହୋଇଥାଏ।


୬) ପାରାଲିସିସ୍ ଓ ଡେ଼ଇବେଟିସ ରୋଗୀ  ପ୍ରତିଦିନ ଦୁଇ ରୁ ତିନି ଚାମଚ କଲରା ରସ ପିଇବା ଉଚିତ୍ । କାରଣ କଲରା ରେ ରକ୍ତ ସଫା କରିବାର ଶକ୍ତି ରହିଛି ଓ ଏହା ସହିତ ଏହା ଶର୍କରାକୁ ସ୍ୱାଭାବିକ ସ୍ତରରେ ରଖିବାକୁ ସହାୟ ହୋଇଥାଏ ।


୭) କଲରା 'କିଡ଼ିନୀ' ପାଇଁ ମଧ୍ୟ ଉପକାରୀ ଅଟେ । ଫୁଟା ପାଣିକୁ ଥଣ୍ଡା କରି ସେଥିରେ କଲରା ଜୁସ୍ କରି ପିଇଲେ କିଡ଼ିନୀ ସୁସ୍ଥ ରହେ ।


୮) କଲରା ଜୁସ୍ କୁ ନିତିଦିନ ପିଇବା ଦ୍ୱାରା ନିଜ ସ୍ୱାସ୍ଥ୍ୟ ଭଲ ରହିବା ସହିତ ନିଜ ତ୍ୱଚା ରେ ମଧ୍ୟ ଚମକ ଆସିଥାଏ ।