ଆଜି ଯୁକ୍ତ ଦୁଇ ପରୀକ୍ଷା ଫଳା ଫଳ ପ୍ରକାଶ ପାଇଛି
ଆଜି ଯୁକ୍ତ ଦୁଇ ପରୀକ୍ଷା ଫଳା ଫଳ ପ୍ରକାଶ ହୋଇଛି ।ସର୍ବାଧିକ ନମ୍ବର ରଖି ସମ୍ଭାବନା ସାହୁ ଓ ମୈତ୍ରୀ ରାଜ୍ୟ ରେ ଟାପର ହୋଇଛନ୍ତି ।ଚଳିତ ବର୍ଷ କଳା ରେ ୬୭.୫୬ ପ୍ରତିଶତ ଛାତ୍ର ଛାତ୍ରୀ ପାସ୍ କରିଥିବାର କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।
ଛାତ୍ର ଛାତ୍ରୀ www.orissaresults.nic.in ଲଗିନ କରି ପରୀକ୍ଷା ଫଳ ଦେଖି ପାରିବେ।
ଚଳିତ ବର୍ଷ ମୋଟ ୨ ଲକ୍ଷ୍ୟ ୧୯ ହଜାର ୭୧୬ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।
ସେମାନଙ୍କ ମଧ୍ୟରୁ ୧ ଲକ୍ଷ୍ୟ ୪୮ ହଜାର ୪୫୨ ପରୀକ୍ଷାର୍ଥୀ କୃତକାର୍ଯ୍ୟ କରିଛନ୍ତି।ପାସ୍ ହାର ରେ ଝିଅ ମାନେ ପୁଅ ଙ୍କୁ ପଛରେ ପକାଇଛନ୍ତି।ପୁଅଙ୍କ ପାସ୍ ହାର ୫୭.୩୩ ଥିବା ବେଳେ ଝିଅ ଙ୍କ ପାସ୍ ହାର ୭୫.୪୮ ରହିଛି ।
ପ୍ରଥମ ଶ୍ରେଣୀରେ ୨୨ ହଜାର ୧୯୬ ପରୀକ୍ଷାର୍ଥୀ,ଦ୍ୱିତୀୟ ଶ୍ରେଣୀରେ ୨୬,୦୨୭,ତୃତୀୟ ଶ୍ରେଣୀରେ ୧,୦୦,୧୦୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ କରିଛନ୍ତି।
- ମୋଟ ପାସ୍ ହାର ୬୭.୫୬%
- ଛାତ୍ରୀ ଙ୍କ ପାସ୍ ହାର ୭୫.୪୮%
- ଛାତ୍ର ଙ୍କ ପାସ୍ ହାର ମାତ୍ର ୫୭.୩୩%
ବରଗଡ଼ ଜିଲ୍ଲାର ସର୍ବାଧିକ ପାସ୍ ହାର ୭୬.୬୩%
ନବରଙ୍ଗପୁର ରେ ସର୍ବନିମ୍ନ ୪୪.୬୭%
- ପ୍ରଥମ ଶ୍ରେଣୀରେ ୧୪.୯୫%
- ଦ୍ୱିତୀୟ ଶ୍ରେଣୀରେ ୧୭.୫୩%
- ତୃତୀୟ ଶ୍ରେଣୀରେ ୬୭.୬୩%
କେବଳ ଜଣେ ପରୀକ୍ଷାର୍ଥୀ ୯୦% ରୁ ଅଧିକ ନମ୍ବର ରଖି ସାରା ରାଜ୍ୟରେ ଟାପର ହୋଇଛନ୍ତି।ଯାଜପୁରର ଜିଲ୍ଲା ର ମା ତାରେଣୀ ମହାବିଦ୍ୟାଳୟ ପାଣିକୋଇଲି ଛାତ୍ରୀ ସମ୍ଭାବନା ସାହୁ ,୬୦୦ ନମ୍ବର ରୁ ୫୪୬ ମାର୍କ ରଖି ରାଜ୍ୟରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି। କୋରେଇ ବ୍ଲକ ତଥା ପାଣିକୋଇଲି ପଞ୍ଚାୟତ ଅନ୍ତର୍ଗତ ପାଣିକୋଇଲି ଗ୍ରାମର ଗୋପାଳ ଚନ୍ଦ୍ର ସାହୁ ଓ ସେହ୍ନଲତା ସାହୁ ଙ୍କ ଝିଅ ସମ୍ଭାବନା ଙ୍କ ସଫଳତା ପାଇଁ ସ୍ଥାନୀୟ ଅଞ୍ଚଳରେ ବେଶ ଉତ୍ସାହ ସୁଷ୍ଟି କରିଛି।
ସମ୍ଭାବନା କହିଛନ୍ତି ,ସେ ଦିନ କୁ ୧୨ ରୁ ୧୬ ଘଣ୍ଟା ପରିଶ୍ରମ କରୁଥିଲେ।କିନ୍ତୁ ସେ ପ୍ରଥମ ହେବେ ବୋଲି ଆଶା କରିନଥିଲେ।ଏହି ସଫଳତା ପାଇଁ ସେ ତାଙ୍କର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ ବାପା ମା,ଭାଇଭଉଣୀ ଙ୍କୁ ଶ୍ରେୟ ଦେଇଛନ୍ତି।ସେ ଭବିଷ୍ୟତ ରେ ଜଣେ ଅଧ୍ୟାପିକା କିମ୍ଵା ଶିକ୍ଷୟତ୍ରୀ ହୋଇ ପିଲାଙ୍କୁ ପାଠ ପଢେଇବେ ବୋଲି କହିଛନ୍ତି।
ସେହିପରି ଧନ୍ଦାମୂଳକ ପରୀକ୍ଷା ରେ ୫୪୧ ନମ୍ବର ରଖି ରାଜ୍ୟରେ ଟପର ହୋଇଛନ୍ତି କେନ୍ଦ୍ରାପଡା ଜୁନିୟର କଲେଜ ର ଛାତ୍ରୀ ମୈତ୍ରୀ ରାଉତ।ସେ ଦିନ କୁ ୧୨ ଘଣ୍ଟା କଠିନ ପରିଶ୍ରମ କରି ଆଜି ସଫଳତା ହାସଲ କରିଛନ୍ତି। ମୈତ୍ରୀ ଙ୍କ ଘର କେନ୍ଦ୍ରାପଡା ବ୍ଲକ ନିକିରାଇ ମଠସହିରେ ,ପିତା ରବୀନ୍ଦ୍ର ରାଉତ ଜଣେ କୃଷି ଓ ମା ଗୃହିଣୀ।ଝିଅ କୁ ରେଭେନ୍ସା ମହାବିଦ୍ୟାଳୟରେ ପଢାଇବାକୁ ଆଶା ରଖିଛନ୍ତି ଏବଂ ମୈତ୍ରୀଙ୍କ ଇଚ୍ଛା ଭବିଷ୍ୟତରେ ଜଣେ ଭଲ ଶିକ୍ଷୟତ୍ରୀ ହୋଇ ପିଲାଙ୍କୁ ଭଲ ଶିକ୍ଷା ଦେବେ।
ଆଶା କରୁଛୁ ଆପଣଙ୍କୁ ଆମର ପୋଷ୍ଟ୍ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

0 Comments